www.samajalive.in
Monday, December 15, 2025
16.1 C
Bhubaneswar

ଜୟ ଶ୍ରୀରାମ ପତ୍ର ବଦଳରେ ଟିଏମ୍‌ସି କାର୍ଯ୍ୟକର୍ତ୍ତା ପଠାଉଛନ୍ତି ଏହି ପତ୍ର

କୋଲକତା .- ପଶ୍ଚମିବଙ୍ଗରେ ଏବେ ରାଜନୀତି ବେଶ୍‌ ସରଗରମ । ସାଧାରଣ ନିର୍ବାଚନ ସମୟରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହୋଇଥିଲା । ବିଜେପିର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଲି ସମୟରେ ହିଂସା ହୋଇଥିଲା । ନିର୍ବାଚନ ପରେ ମଧ୍ୟ ବିବାଦ ଜାରି ରହିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାରକେଡ୍‌ ଯାଉଥିବା ବେଳେ ଜୟ ଶ୍ରୀରାମ କହିଥିବା ଲୋକଙ୍କର ଚମଡା ଉତାରି ଦେବେ ବୋଲି ମମତା ବାନାର୍ଜୀ କାର୍‌ରୁ ଓହ୍ଲାଇ କହିଥିଲେ । କେବଳ ସେତିକ ନୁହେଁ ବିଜେପିର ଏକ କାର୍ଯ୍ୟାଳୟ ଆଗରେ ନିଜ ଦଳ ନାଁ ଲେଖିଥିଲେ ।
ଏହାପରେ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ବହୁ ସଂଖ୍ୟାରେ ଜୟ ଶ୍ରୀରାମ ପୋଷ୍ଟକାର୍ଡ ଲେଖି ପଠାଇଥିଲେ ।
ଏହାର ଜବାବରେ ତୃଣମୂଳ କର୍ମୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଜଟକୁ ୧୦ହଜାର ପୋଷ୍ଟ କାର୍ଡ ପଠାଇଛନ୍ତି । ସେଥିରେ ସେମାନେ ବନ୍ଦେ ମାତରମ୍‌, ଜୟ ହିନ୍ଦ୍‌ ଓ ଜୟ ବଙ୍ଗଳା ଲେଖିଛନ୍ତି ।

ଏବେ ଦେଶର ରାଜନୀତିରେ ତୃଣମୂଳ କଂଗ୍ରେସ ଓ ଭାଜାପା ମୁହାଁମୁହିଁ ପରିସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories