www.samajalive.in
Saturday, December 13, 2025
26.1 C
Bhubaneswar

ରାଣୀଙ୍କୁ ଦେଇଥିବା ଉପହାରକୁ ଚିହ୍ନି ପାରିଲେନି ଟ୍ରମ୍ପ; ଲଜ୍ଜିତ ହେବାରୁ ରକ୍ଷା କଲେ ପତ୍ନୀ

ଲଣ୍ଡନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ୩ଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଆମେରିକା ଏବଂ ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ଚୁକ୍ତିକୁ ସୁଦୃଢ଼ କରିବା ଲାଗି ଟ୍ରମ୍ପ ଏବଂ ବ୍ରିଟେନ ରାଣୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ତେବେ ଏହା ମଧ୍ୟରେ ବକିଂହାମ ପ୍ୟାଲେସରେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଟ୍ରମ୍ପ, ମାତ୍ର ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ତାଙ୍କୁ ସେଥିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ବ୍ରିଟେନରେ ପ୍ରକାଶିତ ଖବରକାଗଜ ଦ ସନ୍‌ ରିପୋର୍ଟ ଅନୁସାରେ, ବକିଂହାମ ପ୍ୟାଲେସରେ ରାଣୀ ଏଲିଜାବେଥ-୨ ଟ୍ରମ୍ପଙ୍କୁ ଏକ ଘୋଡ଼ା ପ୍ରତିମୂର୍ତ୍ତି ଦେଖାଇଥିଲେ। ଏହାକୁ ଚିହ୍ନି ପାରୁଛନ୍ତି କି ବୋଲି ରାଣୀ ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଟ୍ରମ୍ପ ହଠାତ୍‌ ଦ୍ବନ୍ଦ୍ବରେ ପଡ଼ିଯିବା ସହ ତାହାକୁ ଚିହ୍ନିପାରୁ ନ ଥିବା କହିଥିଲେ। ତତ୍‌କ୍ଷଣାତ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ହଁ କରିଥିଲେ ଏବଂ କହିଥିଲେ ଯେ ୨୦୧୮ରେ ସେ ଓ ଟ୍ରମ୍ପ ରାଣୀଙ୍କୁ ଏହି ଉପହାର ଦେଇଥିଲେ। ତେବେ ଟ୍ରମ୍ପ ନିଜେ ଦେଇଥିବା ଉପହାରକୁ ଚିହ୍ନି ନ ପାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା।

- Advertisement -

ଦ ସନ୍‌ର ପ୍ରତିନିଧି ଇମିଲି ଆଣ୍ଡ୍ରୁ ଏ ନେଇ ଟ୍ବିଟରରେ ସୂଚନା ଦେଇଥିଲେ। ଏହି ରିପୋର୍ଟକୁ ଟ୍ବିଟରରେ ଶେୟାର କରାଯିବା ପରେ ଅନେକ ଟ୍ବିଟର ବ୍ୟବହାରକାରୀ ନିଜର ମତ ରଖିଥିଲେ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବାସ୍ତବରେ ସବୁ ବିବାହିତ ଦମ୍ପତି ଏଭଳି କରନ୍ତି। ସ୍ତ୍ରୀ ଉପହାର ବାଛନ୍ତି, ତାହାକୁ ଉଭୟ ସ୍ବାମୀ-ସ୍ତ୍ରୀ ଦେଇଥାନ୍ତି। କିନ୍ତୁ ସ୍ବାମୀ କୌଣସି ଧ୍ୟାନ ଦିଅନ୍ତି ନାହିଁ। ସବୁ ବିବାହିତ ଦମ୍ପତି ଏହା ଜାଣିଥିବେ ବୋଲି ଟ୍ବିଟ୍‌ରେ ଉଲ୍ଲେଖ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories