www.samajalive.in
Sunday, December 14, 2025
23.1 C
Bhubaneswar

ପୂଜା କରିବାର କିଛି ସଠିକ ନିୟମ

ଗୃହରେ ନିୟମିତ ପୂଜାର୍ଚ୍ଚନା ହୋଇଥାଏ। ସକାଳ ଓ ସନ୍ଧ୍ୟାରେ ପୂଜା କରାଯାଇଥାଏ। ମାତ୍ର ପୂଜା କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଜାଣନ୍ତୁ ସେହି ନିୟମ ଗୁଡ଼ିକ ସବୁ କ’ଣ……………
ପୂଜା କରିବା ସମୟରେ ନିଜ ମୁହଁ ପୂର୍ବ ଆଡ଼କୁ ରହିବା ଆବଶ୍ୟକ। ପୂର୍ବ ଆଡ଼କୁ ମୁହଁ କରି ପୂଜା କରିବା ଦ୍ୱାରା ହିଁ ପୂର୍ଣ୍ଣତା ପ୍ରାପ୍ତି ହୋଇଥାଏ।
ଗୃହରେ ସର୍ବଦା ଛୋଟ ଆକୃତିର ମୂର୍ତ୍ତି ରଖିବା ଆବଶ୍ୟକ।
ଗୃହରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ। ଶିବଲିଙ୍ଗଙ୍କୁ ସ୍ୱତନ୍ତ୍ର ନୀତିନିୟମରେ ମନ୍ଦିରରେ ପୂଜା କରାଯାଇଥାଏ। ତେଣୁ ଗୃହରେ ସ୍ୱତନ୍ତ୍ର ଭାବେ ଶିବଲିଙ୍ଗଙ୍କୁ ପୂଜା କରାନଗଲେ, ଏହା ଅଶୁଭ ଫଳ ପ୍ରଦାନ କରିଥାଏ।
ପୂଜା ସମୟରେ ଘଣ୍ଟି ଓ ଶଙ୍ଖ ବଜାଇବା ନିତାନ୍ତ ଜରୁରୀ ଅଟେ। ଏହାଦ୍ୱାରା ପୂଜାର ଉପଯୁକ୍ତ ଫଳ ପ୍ରାପ୍ତି ହୋଇଥାଏ।
ପୂଜାରେ ବାସି ଫୁଲ ଅର୍ଥାତ ଗୋଟେ ଦିନ ପୂର୍ବରୁ କିଣା ହୋଇରହିଥିବା ଫୁଲ ବ୍ୟବହାର କରିବା ଉଚିତ ନୁହେଁ।
ତୁଳସୀ ଓ ଗଙ୍ଗା ଜଳ ବାସି ହୋଇ ନଥାଏ। ତୁଳସୀଙ୍କୁ ୭ଦିନ ରଖି ମଧ୍ୟ ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ପୂଜା କାର୍ଯ୍ୟରେ ତୁଳସୀ ବ୍ୟବହାର ନ ହୋଇଥିଲେ, ପୂଜା ସଂପୂର୍ଣ୍ଣ ନୁହେଁ ବୋଲି ମଧ୍ୟ କୁହାଯାଏ।
ଘରକୁ ଯଦି କେହି ଅତିଥି ମିଠା ନେଇ ଆସିଥାଆନ୍ତି, ତେବେ ଏହାକୁ ପୂଜାରେ ଭୋଗ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ।
ପ୍ରତି ୬ରୁ୭ ମାସ ମଧ୍ୟରେ ଗୃହରେ ଗୋମୂତ୍ର ପକାଇବା ଆବଶ୍ୟକ। ଏହା ଦ୍ୱାରା ଗୃହରୁ ସର୍ବଦା ନକରାତ୍ମକ ଶକ୍ତି ଦୂରେଇ ରହିଥାଏ।
ଠାକୁର ଘର ନିକଟରେ ଶୌଚାଳୟ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ମଧ୍ୟ ଅଶୁଭ ଫଳ ମିଳିଥାଏ।
ସନ୍ଧ୍ୟା ସମୟରେ ପୂଜା କାର୍ଯ୍ୟ ଶେଷ ପରେ ଠାକୁର ରହୁଥିବା ସ୍ଥାନଟିକୁ ଘୋଡ଼ାଇ ଦେବା ଉଚିତ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories