www.samajalive.in
Saturday, December 6, 2025
26.1 C
Bhubaneswar

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମୟ ଆସିଗଲା: ମୋହନ ଭାଗବତ

କାନପୁର: କୌଣସି ଦେଶ ସୁଦୃଢ଼ ହେବା ଲାଗି ସେଠାରେ ଧର୍ମ ସମ୍ମତ ସରକାର ହେବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ। ସ୍ଥାନୀୟ ଦୀନଦୟାଲ ଇଣ୍ଟର କଲେଜରେ ଆୟୋଜିତ ପୂର୍ବ ଉତ୍ତର ପ୍ରଦେଶର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଚାଲିଥିବା ପ୍ରକ୍ରିୟାକୁ ଦ୍ରୁତତର କରାଯିବା ଉପରେ ଗୁରୁତ୍ଵ ଦେଇଥିଲେ। ମୋହନ ଭାଗବତ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାର ସମୟ ଆସିଯାଇଛି। ଏଥିପାଇଁ ହିନ୍ଦୁ ସଂଗଠନଗୁଡ଼ିକ ତରଫରୁ କାର୍ଯ୍ୟ କରାଯାଉଛି। ଜନସଚେତନତା ଜରିଆରେ ଲୋକଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ଆଗକୁ ଆସିବାକୁ କୁହାଯାଉଛି। ସମସ୍ତେ ନିଜ ନିଜ ଅଞ୍ଚଳରେ ଧାର୍ମିକ କାର୍ଯ୍ୟକ୍ରମ କରିବା ଜରୁରୀ। ତେବେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ରାଜନୀତିର ବିଷୟ ନୁହେଁ ବୋଲି ସେ କହିଥିଲେ।

ସବୁ ଧର୍ମର ଲୋକମାନଙ୍କ ବିଚାର ଏବଂ ସମନ୍ବୟ ଆଧାରରେ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି। ଏହି ପ୍ରୟାସକୁ ଏବେ ଆହୁତି ଦ୍ରୁତତର କରିବା ଜରୁରୀ। ଗୀତାରେ ସବୁକିଛି ବର୍ଣ୍ଣନା କରାଯାଇଛି। ଏଥିପାଇଁ ଯେଉଁ କାର୍ଯ୍ୟ ସଫଳ ହେଉନାହିଁ ଅଥବା ପୂରଣ ହୋଇପାରୁ ନାହିଁ, ତାହାର ସମାଧାନ ପାଇଁ ଗୀତା ପାଠ କରିବାକୁ ସ୍ବୟଂ ସେବକ ସମେତ ସମସ୍ତ ଦେଶଭକ୍ତଙ୍କୁ ମୋହନ ଭାଗବତ କହିଥିଲେ। କେଉଁ ପରିସ୍ଥିତିରେ ଆମକୁ କିପରି ରହିବା ଏବଂ କାର୍ଯ୍ୟ କରିବା ଦରକାର ତାହା ଗୀତାରେ ବର୍ଣ୍ଣିତ ବିଷୟବସ୍ତୁ ଆମକୁ ଶିଖାଇଥାଏ। ଏହି ଅବସରରେ ସେ କହିଥିଲେ ଯେ, ସ୍ବୟଂସେବକଙ୍କୁ ଶାରିରୀକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବାର ଆବଶ୍ୟକତା ରହିଛି। ସୁସ୍ଥ ରହିବା ଲାଗି ସେ କିଛି ଟିପ୍ସ ମଧ୍ୟ ଦେଇଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories