www.samajalive.in
Saturday, December 13, 2025
21.1 C
Bhubaneswar

ଜୁନ ୫ରେ ଭାରତ ସହିତ ଅଧିମାନ୍ୟ ବାଣିଜ୍ୟ ଚୁକ୍ତି ଶେଷ କରିବ ଆମେରିକା

ୱାଶିଂଟନ: ଭାରତ ବିରୋଧରେ ବାଣିଜ୍ୟ କ୍ଷେତ୍ରରେ କଠୋର ହୋଇଛି ଆମେରିକା। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲା। ମାତ୍ର ଟ୍ରମ୍ପ ପ୍ରଶାସନ ଏହା ଉପରେ କଟକଣା ଲଗାଇବ। ଭାରତ ସହିତ ରହିଥିବା ଅଧିମାନ୍ୟ ବାଣିଜ୍ୟ ଚୁକ୍ତି(ପ୍ରିଫରେନ୍ସିଆଲ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ)କୁ ଆମେରିକା ଆସନ୍ତା ଜୁନ ୫ରେ ଶେଷ କରିବ। ଏହି ଚୁକ୍ତି ଅନୁଯାୟୀ ବାଣିଜ୍ୟକୁ ସହଜ କରିବା ଲାଗି ରହିଥିବା ଅଧିମାନ ବ୍ୟବସ୍ଥା(ଜିଏସପି) ପ୍ରୋଗ୍ରାମରୁ ଆମେରିକା ଭାରତକୁ ହଟାଇବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚରେ ଟ୍ରମ୍ପ ଏନେଇ ଘୋଷଣା କରିଥିଲେ। ଫଳରେ ଜୁନ ୫ପରଠାରୁ ଭାରତୀୟ ଉତ୍ପାଦ ଆମେରିକା ବଜାରରେ ପ୍ରବେଶ କରିବାକୁ ହେଲେ ଶୁଳ୍କ ଦେବାକୁ ପଡ଼ିବ।

ଅଧିମାନ୍ୟ ବାଣିଜ୍ୟ ଚୁକ୍ତି ଅନୁସାରେ ପ୍ରତିବର୍ଷ ୫.୬ ଶହ କୋଟି ଡଲାରର ସାମଗ୍ରୀ ବିନା ଶୁଳ୍କରେ ଭାରତ ଆମେରିକାକୁ ରପ୍ତାନୀ କରିପାରୁଥିଲା। କିନ୍ତୁ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ପରେ ତାହା ବନ୍ଦ ହୋଇଯିବ। ଟ୍ରମ୍ପ କହିଛନ୍ତି ଯେ, ଭାରତୀୟ ବଜାରରେ ଆମେରିକାର ଉତ୍ପାଦ ପ୍ରବେଶ କରିବା ଦିଗରେ ଭାରତ ନେଉଥିବା ପଦକ୍ଷେପ ନ୍ୟାୟସଙ୍ଗତ ଏବଂ ଉଚିତ ନୁହେଁ। ତେଣୁ ଆମେରିକା ଭାରତ ବିରୋଧରେ ଅନୁରୂପ ପଦକ୍ଷେପ ନେବ।

- Advertisement -

ତେବେ ଭାରତ ପକ୍ଷରୁ କୁହାଯାଇଛି ଯେ, ଯଦି ଟ୍ରମ୍ପ ପ୍ରଶାସନ ଭାରତକୁ ଜିଏସପିରୁ ହଟାଇବ, ତା’ହେଲେ ଭାରତ ଆମେରିକାର ୨୦ରୁ ଊର୍ଦ୍ଧ୍ଵ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାର ସମ୍ଭାବନା ରହିଛି। ଅନ୍ୟପଟେ ୨୪ ସଦସ୍ୟ ବିଶିଷ୍ଟ ଆମେରିକା କଂଗ୍ରେସ ଟ୍ରମ୍ପ ପ୍ରଶାସନକୁ ଏକ ଚିଠି ଲେଖି ଭାରତକୁ ଜିଏସପିକୁ ବାଦ୍‌ ନ ଦେବାକୁ ଦାବି କରିଛି।

ସୂଚନାଯୋଗ୍ୟ, ଭାରତ ଅନଲାଇନ କାରବାର ଉପରେ ନୂଆ ନିୟମ ପ୍ରଣୟନ କରିବା ସହ ଆମାଜନ, ୱାଲମାର୍ଟ ଭଳି ଆମେରିକୀୟ ସଂସ୍ଥା ଉପରେ କେତେକ କଟକଣା ଲଗାଇବା ପରେ ଆମେରିକା ସହ ଏହାର ବାଣିଜ୍ୟ ଚୁକ୍ତି ଦୁର୍ବଳ ହେବାରେ ଲାଗିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories