www.samajalive.in
Saturday, December 13, 2025
17.1 C
Bhubaneswar

ଟିମ୍‌ ଇଣ୍ଡିଆର ଜୋରଦାର ଅଭ୍ୟାସ

ସାଉଥହାମ୍ପଟନ୍‌ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଭାଗ ନେଇଥିବା ଭାରତୀୟ କ୍ରିକେଟ୍‌ ଦଳ (ଟିମ୍‌ ଇଣ୍ଡିଆ) ଜୋରଦାର ଅଭ୍ୟାସ ଜାରି ରଖିଛି। ଭାରତୀୟ ଦଳର ଅଧିନାୟକ ବିରାଟ​‌ କୋହଲିଙ୍କ ସମେତ ଅନ୍ୟାନ୍ୟ କ୍ରିକେଟର୍‌ ନେଟ୍‌ସରେ ଜୋରଦାର ଅଭ୍ୟାସ କରିଛନ୍ତି। ଖେଳାଳିମାନେ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିବା ପରେ ଦଳର ଫିଲଡିଂ ପ୍ରଶିକ୍ଷକ ଆର. ଶ୍ରୀଧର ସେମାନଙ୍କୁ ଦୀର୍ଘସମୟ ଧରି ଫିଲଡିଂ ଅଭ୍ୟାସ କରାଯାଇଥିଲେ।
ବଲ୍‌ ଥ୍ରୋ କରି ସିଧାସଳଖ ୱିକେଟ୍‌କୁ ମାଡ଼ କରିବାରେ ଅନେକ ଯୁବ ଖେଳାଳି ବିଫଳ ହୋଇଥିଲେ। ତେବେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏଥିରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତୀୟ କ୍ରିକେଟର୍‌ଙ୍କୁ ବିଭିନ୍ନ ସ୍ଥାନରେ ରଖି ଶ୍ରୀଧର ସେମାନଙ୍କୁ ସିଧାସଳଖ ୱିକେଟ୍‌ରେ ବଲ୍‌ ମାରିବାକୁ ନିର୍ଦେଶ ଦେଉଥିବା ଦେଖିବାକୁ ମିଳିଥିଲା। ବିଶ୍ବକପ୍‌ ପରି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଭାରତୀୟ ଦଳ ବ୍ୟାଟିଂ ଓ ବୋଲିଂରେ ବେଶ୍‌ ଶକ୍ତିଶାଳୀ ବୋଲି କୁହାଯାଉଛି। ତେବେ ଦଳର ଫିଲଡିଂକୁ ମଜଭୁତ୍‌ କରିବାକୁ ଶ୍ରୀଧର ବେଶ୍‌ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ଫିଲଡିଂ ଅଭ୍ୟାସ ପରେ କ୍ରିକେଟର୍‌ମାନେ କ’ଣ ଭୁଲ୍‌ କରୁଛନ୍ତି ସେ ସଂପର୍କରେ ଶ୍ରୀଧର ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। କ୍ରିକେଟରମାନଙ୍କୁ ଶ୍ରୀଧର ବାରମ୍ବାର ଅଭ୍ୟାସ କରାଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଳ ଆସନ୍ତା ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପୂର୍ବରୁ ଦଳର ବୋଲିଂ, ବ୍ୟାଟିଂ ଓ ଫିଲଡିଂକୁ ଶକ୍ତିଶାଳୀ କରିବାକୁ ଭାରତୀୟ ଦଳର ପ୍ରଶିକ୍ଷକମାନେ ନେଟ୍‌ସରେ ଜୋରଦାର ଅଭ୍ୟାସ କରାଉଛନ୍ତି। ଭାରତୀୟ ଦଳ ଅଭ୍ୟାସ କରୁଥିବା ବେଳେ ଅଧିନାୟକ ବିରାଟ କୋହଲି ନେଟ୍‌ସରେ ଅଫ୍‌ସ୍ପିନ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ତେବେ କେଦାର ଯାଦବ ଜଂଘ ମାଂସପେଶୀରେ ଆଘାତଜନିତ କାରଣରୁ ନେଟ୍‌ସରେ ଅଳ୍ପ ସମୟ ବୋଲିଂ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories