ୱାଶିଂଟନ : ରୁଷ୍ ଠାରୁ ଏସ୍-୪୦୦ କ୍ଷେପଣାସ୍ତ୍ର କ୍ରୟ ପାଇଁ ଭାରତ କରିଥିବା ବୁଝାମଣାକୁ ନେଇ ଆମେରିକା ଚେତାବନୀ ଦେଇଛି। ଆମେରିକା କହିଛି ଯେ ଭାରତ ଯଦି ରୁଷ ଠାରୁ ଏହି କ୍ଷେପଣାସ୍ତ୍ର କ୍ରୟ କରେ ତେବେ ଦୁଇଦେଶର ପ୍ରତିରକ୍ଷା ସମ୍ପର୍କ ତିକ୍ତ ହେବ। ଏସ୍-୪୦୦ ହେଉଛି ରୁଷ୍ର ସବୁଠାରୁ ଅତ୍ୟାଧୁନିକ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର। ଚୀନ ପ୍ରଥମେ ଏହି କ୍ଷେପଣାସ୍ତ୍ର ରୁଷ୍ ଠାରୁ କ୍ରୟ କରିବା ଲାଗି ବୁଝାମଣା କରିଥିଲା। ୨୦୧୮ ଅକ୍ଟୋବରରେ ଭାରତ ୫୦୦କୋଟି ଡଲାର ମୂଲ୍ୟରେ ରୁଷ ଠାରୁ ଏହି କ୍ଷେପଣାସ୍ତ୍ର କିଣିବାକୁ ବୁଝାମଣା କରିଛି।
Popular Categories



