ଶ୍ରୀଜଗନ୍ନାଥଙ୍କର ଅଛି ୧୨୮ କିଲୋ ସୁନା ଅଳଙ୍କାର, ବିଧାନ ସଭାରେ ଆଇନ ମନ୍ତ୍ରୀ ଦେଲେ ସୂଚନା

0

ଭୁବନେଶ୍ୱର:   ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ୧୨୮ କିଲୋ ସ୍ୱର୍ଣ୍ଣ ଅଳଙ୍କାର ଥିବା କଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନ ସଭାରେ ସୂଚନା ଦେଇଛନ୍ତି । ୧୯୭୮ ମସିହାରେ ରତ୍ନ ଭଣ୍ଡାରର ପ୍ରସ୍ତୁତ କରାଯାଇଥିବା ତାଲିକା ଅନୁସାରେ ପ୍ରାୟ ୧୨୮ କିଲୋ ବା ୧୨,୮୩୧ ଭରି ସ୍ୱର୍ଣ୍ଣ ଅଳଙ୍କାର ଥିବା କଥା ସେ ପ୍ରକାଶ କରିଛନ୍ତି ।

ରତ୍ନ ଭଣ୍ଡାରରେ ୨୨ ହଜାର ୧୩୫ ଭରି ରୂପା ସମାଗ୍ରୀ ରହିଛି । ୧୪ଟି ଜିନିଷ ଓଜନ କରାଯାଇ ନ ଥିବା ସେ ପ୍ରକାଶ କରିଛନ୍ତି । ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇ ଏହାର ତାଲିକା ପ୍ରକାଶ କରାଯାଇଥିଲା ।

Leave A Reply