www.samajalive.in
Friday, December 12, 2025
16.1 C
Bhubaneswar

ଖରାଦିନେ ତ୍ବଚା ପାଇଁ ଖୁବ୍ ଉପକାରୀ ଏହି ପ୍ରାକୃତିକ ଫେସପ୍ୟାକ୍

ସାଧାରଣତଃ ଖରାଦିନେ ତ୍ବଚାର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ। କାରଣ ଏହିଦିନେ ଖରା ଓ ତାତିର ପ୍ରଭାବରେ ତ୍ବଚା ଉପରେ ବହୁତ କୁପ୍ରଭାବ ପଡ଼ିଥାଏ। ଏହିଦିନେ ତ୍ବଚା ଜନିତ ଅନେକ ସମସ୍ୟା ଦେଖା ଦେଇଥାଏ ଓ ତ୍ବଚାର ଚମକ ମଧ୍ୟ କମିଯାଇଥାଏ। ତେବେ ଖରାଦିନେ ତ୍ବଚାଜନିତ ସମସ୍ତ ସମସ୍ୟା ଦୂର କରି ତ୍ବଚାର ଚମକ ବଜାୟ ରଖିବା ପାଇଁ କଦଳୀ ଏବଂ ତରଭୁଜ ଫେସପ୍ୟାକ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହି ଫେସପ୍ୟାକ ତ୍ବଚାକୁ ଥଣ୍ଡା ରଖିବା ସହ ଜଳାପୋଡା କମ୍ କରିବାରେ ସାହାଯ୍ୟ କରିଥାଏ। ଏଥିସହିତ ତ୍ବଚାରୁ ମୃତ କୋଷିକା ଗୁଡିକୁ ବାହାର କରି ତ୍ବଚାକୁ ଉଜ୍ବଳ ମଧ୍ୟ କରିଥାଏ। ଚାଲନ୍ତୁ ଜାଣିବା ଏହି ଫେସପ୍ୟାକ୍ ପ୍ରସ୍ତୁତି କରିବାର ପ୍ରଣାଳୀ ବିଷୟରେ –

ପ୍ରସ୍ତୁତି ପ୍ରଣାଳୀ :

- Advertisement -
image courtesy-Styles At Life

କଦଳୀ ଏବଂ ତରଭୁଜ ଫେସପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏହି ଦ୍ବୟକୁ ଭଲଭାବେ ମିଶ୍ରଣ କରିବା ଆବଶ୍ୟକ। ଏହାପରେ ଏହି ମିଶ୍ରଣକୁ ତ୍ବଚାରେ ଲଗାଇ କିଛି ସମୟ ରଖିବା ପରେ ହାଲୁକା ଭାବେ ମାଲିସ କରି ଧୋଇ ଦିଅନ୍ତୁ। ଏହା ପରେ ତ୍ବଚାକୁ ଭଲଭାବେ ପୋଛି ମଶ୍ଚରାଇଜର ଲଗାନ୍ତୁ। ଏପରି କରିବା ଦ୍ବାରା ତ୍ବଚା କୋମଳ ହେବା ସହ ଉଜ୍ବଳ ମଧ୍ୟ ହୋଇଥାଏ।

ତ୍ବଚା ପାଇଁ କଦଳୀର ଉପାଦେୟତା :
କଦଳୀରେ ପୋଟାସିୟମ, ଭିଟାମିନ ସି, ଏ, ଫସଫରସ, କ୍ୟାଲସିୟମ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ, ଯାହା ତ୍ବଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। କଦଳୀ ତ୍ବଚାକୁ କୋମଳ ରଖିବା ସହ ମଶ୍ଚରାଇଜର ଭଳି କାମ କରିଥାଏ। ଏହା ବ୍ୟତୀତ ଏଥିରେ ପ୍ରସ୍ତୁତ ପ୍ୟାକ୍ ତ୍ବଚାର ଶୁଷ୍କତା ଦୂର କରିଥାଏ।

ତ୍ବଚା ପାଇଁ ଖୁବ୍ ଉପକାରୀ ତରଭୁଜ :
ତରଭୁଜରେ ଲାଇକୋପିନ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ତ୍ବଚାକୁ ଉଚିତ ପରିମାଣର ପୋଷଣ ପ୍ରଦାନ କରିଥାଏ। ଏହା ଦ୍ବାରା ତ୍ବଚାଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ବଚାର ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories