www.samajalive.in
Saturday, December 13, 2025
17.1 C
Bhubaneswar

କ୍ରିକେଟ ମହାସମର: ୧୦ ଦଳ; ୪୮ ମ୍ୟାଚ୍‌; ୧ ବିଜେତା

ଲଣ୍ଡନ୍ : ଗୁରୁବାରଠାରୁ ଆରମ୍ଭ ହେଉଛି କ୍ରିକେଟ ଦୁନିଆର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଦିନିକିଆ ବିଶ୍ବକପ୍। ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ଲଢ଼େଇ ହେବାକୁ ଯାଉଛି। ସାଢ଼େ ୬ ସପ୍ତାହ ଧରି ୧୦ଟି ଦଳଙ୍କ ମଧ୍ୟରେ ଏହି ମୁକାବିଲା ଚାଲିବ। ଏହି କ୍ରିକେଟ ମହାସମରର ଅବଗଣନା ଶେଷହୋଇଛି। ଏବେ ଚାଲିଛି ରଣସଜ୍ଜା। ୧୦ଟି ପ୍ରତିଯୋଗୀ ଦଳ ଲିଗ୍ ପର୍ଯ୍ୟାୟରେ ପରସ୍ପର ବିରୋଧରେ ଥରେ ଲେଖାଏଁ ଖେଳିବେ। ଶ୍ରେଷ୍ଠ ୪ଟି ଦଳ ନକ୍‌ଆଉଟ୍; ଅର୍ଥାତ୍ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ୧୧ଟି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍ ଖେଳାଯିବ। ୫ମ ଥର ପାଇଁ ବିଶ୍ବକପ୍ ଏହି ପ୍ରତିଯୋଗିତାର ଜନ୍ମସ୍ଥାନ ଇଂଲଣ୍ଡରେ ଆୟୋଜନ ହେବାକୁ ଯାଉଛି। ଇଂଲଣ୍ଡ ପ୍ରଥମ ୩ଟି ବିଶ୍ବକପ୍‌ର ଆୟୋଜନ କରିଥିବା ବେଳେ ୧୯୯୯ରେ ୪ର୍ଥ ଥର ପାଇଁ ଏହି କ୍ରିକେଟ ମହାକୁମ୍ଭର ଆୟୋଜନ କରିଥିଲା।
ଗତ ବିଶ୍ବକପ୍‌ରେ ୧୪ଟି ଦଳ ଭାଗ ନେଇଥିବା ବେଳେ ଏଥର ଦଳ ସଂଖ୍ୟା ୧୦କୁ ହ୍ରାସ କରାଯାଇଛି। ପ୍ରତି ଦଳ ପରସ୍ପର ବିରୋଧରେ ଥରେ ଲେଖାଏଁ; ଏହିପରି ମୋଟ ୯ଟି ଲିଗ୍ ମ୍ୟାଚ୍ ଖେଳିବେ। ସେମିଫାଇନାଲରେ ପହଞ୍ଚିବା ସମସ୍ତ ଦଳଙ୍କ ପ୍ରଥମ ଲକ୍ଷ୍ୟ ରହିବ। ଏକ ଆକଳନ ଅନୁସା​‌େ​‌ର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଲାଗି ଏକ ଦଳକୁ ଅତିକମ୍‌ରେ ୫ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ବିଶ୍ବକପ୍‌ର ବହୁ ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ପ୍ରତିଯୋଗୀ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି। ଏବେ ପ୍ରକୃତ ଲଢ଼େଇକୁ ଅପେକ୍ଷା। ବିଶ୍ବକପ୍‌ ଜିତିବା କ୍ରିକେଟ ଦୁନିଆ​‌େ​ର ସବୁଠାରୁ ମର୍ଯ୍ୟାଦାର ବିଷୟ। ଏଥର ନୂତନ ଫର୍ମାଟ ଯୋଗୁଁ କ୍ରିକେଟ ବିଶେଷଜ୍ଞ ଭବିଷ୍ୟବାଣୀ କରିବାକୁ ନିରାପଦ ମଣୁନାହାନ୍ତି। ତଥାପି ଏଥର ଦାବିଦାର ଦୌଡ଼ରେ ମୁଖ୍ୟତଃ ୩ଟି ଦଳ କଥା ଆଲୋଚନା ହେଉଛି। ଏହି ୩ଟି ଦଳ ହେଲେ ଆୟୋଜକ ଇଂଲଣ୍ଡ, ଭାରତ ଓ ଅଷ୍ଟ୍ରେଲିଆ। ମହେନ୍ଦ୍ର ସିଂହ ଧୋନି ତାଙ୍କ ୪ର୍ଥ ତଥା ଅନ୍ତିମ ବିଶ୍ବକପ୍‌ ଖେଳିବାକୁ ଯାଉଥିବା ବେଳେ ବ୍ୟକ୍ତିଗତ ଭା​‌େ​‌ବ ସେ ୨ୟ ବିଶ୍ବକପ୍ ଜିତିବାକୁ ଚାହିଁବେ। ଇଂଲଣ୍ଡର ପିଚ୍ ବ୍ୟାଟିଂକୁ ସୁହାଇବ ବୋଲି କୁହା ଯାଉଥିବା ବେଳେ ଏହାର ଫାଇଦା ଉଠାଇବା ପାଇଁ ଭାରତୀୟ ଦଳରେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ପରି ପେସ୍ ବୋଲର ଏବଂ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ପରି ସ୍ପିନର ଅଛନ୍ତି। ଦିନିକିଆରେ ବେଶ୍ ସଫଳ ଓପ୍‌ନିଂ ଯୋଡ଼ି ସହ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲିଙ୍କ ଉପସ୍ଥିତି ଯୋଗୁଁ ସେମିଫାଇନାଲରେ ଭାରତ ନିଶ୍ଚୟ ପହଞ୍ଚିବ ବୋଲି କ୍ରିକେଟ ପଣ୍ଡିତ ଅନୁମାନ କରିଛନ୍ତି।
ସର୍ବାଧିକ ୫ ଥର ବିଶ୍ବକପ୍ ଜିତିଥିବା ଅଷ୍ଟ୍ରେଲିଆକୁ ଏଥର ମଧ୍ୟ ଦାବିଦାର ଭାବେ ଗଣନା କରାଯାଉଛି। ଦଳକୁ ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ୍ ସ୍ମିଥ୍ ଓ ମିଚେଲ ଷ୍ଟାର୍କ ଫେରିବା ଯୋଗୁଁ ଏହାର ଶକ୍ତି ବୃଦ୍ଧିଘଟିଛି। ଗ୍ଲେନ୍ ମ୍ୟାକ୍ସୱେଲ ଏହି ଦଳର ଟ୍ରମ୍ପ୍‌କାର୍ଡ। ଗତ କିଛି ବର୍ଷ ହେଲା ବିସ୍ଫୋରକ ବ୍ୟାଟିଂ ଜରିଆ​‌େ​‌ର ପ୍ରତିପକ୍ଷ ଦଳଙ୍କର ନିଜ ହଜାଇ ଦେଇଛି ଇଂଲଣ୍ଡ। ଅଧିନାୟକ ଇଓନ୍ ମୋର୍ଗାନ୍‌ଙ୍କ ସହ ଜେସନ୍ ରୟ, ଜୋ ରୁଟ୍, ଜନି ବେୟାର‌େ‌ଷ୍ଟା ଓ ଜୋସ୍ ବଟ୍‌ଲର ଯେକୌଣସି ବୋଲିଂ ବିପକ୍ଷରେ ରନ୍ ସ୍କୋର୍ କରିପାରନ୍ତି। ବେନ୍ ଷ୍ଟୋକ୍‌ସ ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର। ତେବେ ଉପରୋକ୍ତ ୩ ପ୍ରମୁଖ ଦାବିଦାରଙ୍କୁ ଛାଡ଼ି ଆଉ ଏପରି ୪ଟି ଦଳ ଅଛନ୍ତି; ଯାହାଙ୍କର ବିଶ୍ବକପ୍ ଜିତିବାର କ୍ଷମତା ଅଛି। ସେମାନେ ହେଲେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍। ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ଦଳକୁ ଏଥର ଫେଭରିଟ୍ ଭାବେ ଗଣନା କରା ଯାଉନାହିଁ। ତେବେ ଫାଷ୍ଟବୋଲିଂ ଦକ୍ଷତା ଯୋଗୁଁ ଅନ୍ୟ ଦଳମାନଙ୍କ ମୁଣ୍ଡବିନ୍ଧା ଦକ୍ଷିଣ ଆଫ୍ରିକା ବଢ଼ାଇପାରେ। ଦିନିକିଆ କ୍ରିକେଟ ପାଇଁ ଏହାର ବ୍ୟାଟିଂ ବେଶ୍‌ ମଜ୍‌ଭୁତ ଏବଂ କାଗିସୋ ରାବାଡ଼ା ଅନ୍ୟତମ ଶ୍ରେଷ୍ଠ ଫାଷ୍ଟବୋଲର। ତା’ର ଦିନରେ ବିଶ୍ବର ଶେଷ୍ଠ ଦଳଙ୍କୁ ମାଟି ଚଟାଇପାରେ ୱେଷ୍ଟଇଣ୍ଡିଜ୍। କ୍ରିସ୍ ଗେଲ୍‌ ଏବଂ ଆଇପିଏଲ୍‌ରେ ୫୦ରୁ ଅଧିକ ଛକା ମାରିଥିବା ଆ​‌େ​‌ନ୍ଦ୍ର ରସେଲ ଏହି ଦଳରେ ଅଛନ୍ତି। ବୋଲିଂକୁ ନେଇ ପାକିସ୍ତାନର ଚିନ୍ତା ଥିଲେ ହେଁ ଏହାର ବ୍ୟାଟ୍‌ସମ୍ୟାନ୍ ଭଲ ଫର୍ମରେ ଅଛନ୍ତି। ଗତ ବିଶ୍ବକପ୍‌ର ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ଏହି ବିଶ୍ବକପ୍‌ର ଡାର୍କ ହର୍ସ। ଆଫ୍‌ଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଖେଳୁଥିଲେ ହେଁ ଏହି ୩ ଦଳ ବିପର୍ଯ୍ୟୟ ଘଟାଇ ସେମିଫାଇନାଲ ଖେଳିବା ଲକ୍ଷ୍ୟ ରଖିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories