www.samajalive.in
Saturday, December 13, 2025
17.1 C
Bhubaneswar

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ; ବିଦେଶୀ ଅତିଥିଙ୍କ ଲାଗି ସ୍ବତନ୍ତ୍ର ବ୍ୟଞ୍ଜନ ‘ଡାଲ ରାଇସିନା’

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ଗୁରୁବାର ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ମୋଦୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୮୦୦୦ ଅତିଥି ଯୋଗଦେବେ। ବିମ୍ସଟେକ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହିତ ଅନେକ ବିଦେଶୀ ଅତିଥି ଏହି ଉତ୍ସବରେ ଯୋଗଦେବେ। ଏହି ବିଦେଶୀ ଅତିଥିଙ୍କୁ ଆପ୍ୟାୟିତ କରିବା ଲାଗି ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ବତନ୍ତ୍ର ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଭବନର ସ୍ବତନ୍ତ୍ର ବ୍ୟଞ୍ଜନ ‘ଡାଲ ରାଇସିନା’ ଏହି ବିଦେଶୀ ଅତିଥିଙ୍କୁ ରାତ୍ରି ଭୋଜନ ସମୟରେ ପରସା ଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜେ ଏହି ବିଦେଶୀ ଅତିଥିଙ୍କୁ ରାତ୍ରିଭୋଜନରେ ଆପ୍ୟାୟିତ କରିବେ। ଡାଲ ରାଇସିନା ପ୍ରସ୍ତୁତ ପାଇଁ ୪୮ଘଣ୍ଟା ଲାଗିଥାଏ। ଏଥିପାଇଁ ଆବଶ୍ୟକ ମୁଖ୍ୟ ଜିନିଷ ସବୁ ଲକ୍ଷ୍ନୌରୁ ଅଣାଯାଇଥାଏ। ଏହି ଡାଲ ରାଇସିନାର ରୋଷେଇ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ରାଷ୍ଟ୍ରପତି ଭବନ ମୁଖପାତ୍ର ଅଶୋକ ମାଲିକ କହିଛନ୍ତି। ତେବେ ରୋଷେୟା ମଚିନ୍ଦ୍ର କସ୍ତୁରଙ୍କ କହିବା ଅନୁଯାୟୀ ଏହାକୁ ପ୍ରସ୍ତୁତ ଲାଗି ୬ରୁ ୮ଘଣ୍ଟା ଲାଗିଥାଏ। ୨୦୧୦ରେ କସ୍ତୁର ପ୍ରଥମେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଏହାକୁ ହରଡ ଡାଲିରେ ପ୍ରସ୍ତୁତ କରାଯାଇଥାଏ। ଏଥିରେ ଟମାଟୋ ପୁରି ଫ୍ଲେଭର ଦିଆଯାଇଥାଏ। ବିଦେଶୀ ଅତିଥିଙ୍କୁ ଯେଉଁସବୁ ବ୍ୟଞ୍ଜନ ଦିଆଯିବ ତାହା ମଧ୍ୟରେ ‘ଡାଲ ରାଇସିନା’ର ଗୁରୁତ୍ବ ସବୁଠାରୁ ଅଧିକ। ଶପଥ ଗ୍ରହଣ ଉତ୍ସବର ଅବଧି ୯୦ ମିନିଟ ରଖାଯାଇଛି। ସନ୍ଧ୍ୟା ୭ଟାରୁ ୮ଟା ୩୦ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ବୋଲି ମାଲିକ କହିଛନ୍ତି। ରାତି ୯ଟାରେ ରାତ୍ରିଭୋଜନ ଦିଆଯିବ। ଅତିଥିମାନଙ୍କ ଲାଗି ପନିର ଟିକ୍କା ସହିତ ଅନ୍ୟାନ୍ୟ ସ୍ନାକ୍ସର ବ୍ୟବସ୍ଥା କରାଯାଇଥିବା ମୁଖପାତ୍ର କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories