www.samajalive.in
Saturday, December 6, 2025
23.1 C
Bhubaneswar

ଆସିଲାନି ଆମ୍ବୁଲାନ୍ସ – ଖଟିଆରେ ମେଡିକାଲ ଗଲେ ପ୍ରସୂତି

କନ୍ଧମାଳ: ମାଓ ଅଧ୍ୟୁଷିତ ଅଞ୍ଚଳ କନ୍ଧମାଳ କୋଟଗଡ ବ୍ଲକ ଅନ୍ତର୍ଗତ ବାମନତୋଟା ଗାଁରେ ପୁଣିଥରେ ପ୍ରସୂତିଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ ଗ୍ରାମବାସୀଙ୍କ ସହାୟତାରେ ପ୍ରସୂତିଙ୍କୁ ଖଟିଆରେ ବୋହି ଦୀର୍ଘ ୩/୪ କି.ମି. ଘାଟିପାହାଡ ରାସ୍ତା ଅତିକ୍ରମ କରି କୋଟଗଡ ମେଡିକାଲକୁ ନିଆଯାଇଥିଲା।

ସୂଚନା ଅନୁଯାୟୀ, ନିରଞ୍ଜନ ମଲିକଙ୍କ ସ୍ତ୍ରୀ ଲିପି ମଲିକ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାମୀ ନିରଂଜନ ୧୦୨ ଆମ୍ବୁଲାନ୍ସକୁ ଫୋନ୍‍ କରିଥିଲେ କିନ୍ତୁ ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିବାକୁ ମନା କରିଦେଲା। ଫଳରେ ଗ୍ରାମବାସୀମାନେ ପ୍ରବଳ ଖରାରେ ଖଟିଆ ସାହାଯ୍ୟରେ ଭାରା କରି ପ୍ରସୂତି ମହିଳାଙ୍କୁ ଧରି ଚାଲି ଚାଲି କୋଟଗଡ ମେଡିକାଲକୁ ଆଣିଥିଲେ। ଏ ନେଇ କନ୍ଧମାଳ ସିଡିଏମଓ କ’ଣ ପାଇଁ ଆମ୍ବୁଲାନ୍ସ ଗଲାନି ତଦନ୍ତ କରିବା ପରେ ଜଣାପଡିବ ବୋଲି କହିଛନ୍ତି। ସେହିପରି ଗତ କିଛି ଦିନ ତଳେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଖଟିଆରେ ଅନ୍ୟଜଣେ ପ୍ରସୂତିଙ୍କୁ ଭାରରେ ବୋହି ବ୍ରାହ୍ମଣପାଦ ଡାକ୍ତରଖାନାକୁ ନେବା ବାଟରେ ଗର୍ଭବତୀ ଜଣକ କନ୍ୟାସନ୍ତାନ ପ୍ରସବ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories