www.samajalive.in
Wednesday, December 10, 2025
16.1 C
Bhubaneswar

ଧାରା ୩୭୦ ଉଛେଦ ଚାହୁଁଛନ୍ତି ଜାମ୍ମୁ ଓ ଲଦାଖ ଜନସାଧାରଣ: ବିଜେପି

ନୂଆଦିଲ୍ଲୀ: ବିଜେପିର ଜାମ୍ମୁ କାଶ୍ମୀର ଶାଖା ଦାବି କରିଛି ଯେ, ଜାମ୍ମୁ ଓ ଲଦାଖ ଜନସାଧାରଣ ବିଜେପିକୁ ଭୋଟ ଦେଇ ଧାରା ୩୭୦ ଏବଂ ୩୫ଏ ଉଛେଦ କରିବାକୁ ଚାହୁଁଛନ୍ତି। ପାର୍ଟି ଏକଥା ମଧ୍ୟ କହିଛି ଯେ ନେସନାଲ କନ୍ଫରେନ୍ସ ରାଜ୍ୟରେ ସରକାର ଗଠନ ପାଇଁ ଯେଉଁ ଦାବି କରୁଛି ତାହା ଅମୂଳକ। ଚଳିତ ଲୋକସଭା ନିର୍ବାଚନରେ ବିଜେପି ଉଦ୍ଧମପୁର, ଜାମ୍ମୁ ଓ ଲଦାଖ ଆସନରୁ ଜିତ ହାସଲ କରିଥିବା ବେଳେ କାଶ୍ମୀର ଘାଟିର ଶ୍ରୀନଗର, ବାରମୁଳା ଏବଂ ଅନନ୍ତନାଗ ଆସନ ନେସନାଲ କନ୍ଫରେନ୍ସ ଖାତାକୁ ଯାଇଛି।

ନେସନାଲ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଶୁକ୍ରବାର କହିଥିଲେ, ପ୍ରଧାନମନ୍ତ୍ରୀ ବିଶାଳ ବହୁମତ ପାଇଛନ୍ତି କିନ୍ତୁ ସେ ଧାରା ୩୭୦ ଏବଂ ୩୫ଏ ଉଛେଦ କରିପାରିବେ ନାହିଁ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଜ୍ୟ ଶାଖା ମୁଖପାତ୍ର ବ୍ରିଗେଡିଅର ଅନିଲ ଗୁପ୍ତା କହିଛନ୍ତି, ଅବଦୁଲ୍ଲା ଏବଂ ନେସନାଲ କନ୍ଫରେନ୍ସ ନେତୃତ୍ୱ ପାଖରେ ଧାରା ୩୭୦ ଏବଂ ୩୫ଏକୁ ନେଇ ଦାବି କରିବା ପାଇଁ ଜାମ୍ମୁ ଏବଂ ଲଦାଖ ଲୋକଙ୍କ ବହୁମତ ନାହିଁ କାରଣ ସେହି ଦୁଇ ଅଞ୍ଚଳର ଲୋକମାନେ ଧାରା ୩୭୦ ଏବଂ ୩୫ଏ ଉଛେଦ କରିବାକୁ ଚାହୁଁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories