www.samajalive.in
Wednesday, December 10, 2025
23.1 C
Bhubaneswar

ନରେନ୍ଦ୍ର ମୋଦୀ ଏନ୍‍ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ

ନୂଆଦିଲ୍ଲୀ : ନିବନିର୍ବାଚିତ ଏନ୍‍ଡିଏ ସାଂସଦ ମାନେ ସର୍ବସମ୍ମତକ୍ରମେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି ।
ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗାରରେ ଅନୁଷ୍ଠିତ ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ଲାଲାକୃଷ୍ଣ ଆଡୱାଣୀ, ମୁରଲୀ ମନୋହର ଯୋଶୀଙ୍କ ଉପସ୍ଥିତିରେ ସଂସଦୀୟ ଦଳର ନେତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶ୍ରୀ ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଦଳର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ରାଜନାଥ ସିଂହ ଓ ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ନିତୀନ ଗଡକରୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

- Advertisement -

ଏନ୍‍ଡିଏର ସହଯୋଗୀ ଦଳ ଅକାଳୀ ଦଳ ତରଫରୁ ପ୍ରକାଶ ସିଂହ ବାଦଲ, ଜେଡିୟୁ ତରଫରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନାର ନେତା ଉଦ୍ଧବ ଠାକରେ , ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶୱାନ ଏବଂ ଏଆଇଏଡିଏମକେ ନେତା ଇ.କେ. ପାଲାନିସ୍ୱାମୀଙ୍କ ସମେତ ଅନ୍ୟ ଦଳର ନେତାମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବରିଷ୍ଠ ନେତା ନରେନ୍ଦ୍ର ସିଂହ ତୋମର ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପରେ ବିଜେପି ଏବଂ ଏନ୍‍ଡିଏ ସହଯୋଗୀ ଦଳର ନେତାମାନେ ଶ୍ରୀ ମୋଦୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।

ଚଳିତ ନିର୍ବାଚନରେ ବିଜେପି ୩୦୩ଟି ଆସନରେ ଜିତି ଥିବାବେଳେ ଏନ୍‍ଡିଏ ୩୫୧ଟି ଆସନରେ ଜିତି ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମଙ୍ଗଳବାର ଦିନ ଏନ୍‍ଡିଏ ନେତାମାନଙ୍କର ଏକ ବୈଠକରେ ଉଦ୍‍ବୋଧନ ଦେଲାବେଳେ ଶ୍ରୀ ମୋଦୀ କହିଥିଲେ, ଏନ୍‍.ଡି.ଏ. ମେଣ୍ଟ ଦେଶର ଆଶା ଓ ଆକାଂକ୍ଷାର ପ୍ରତିନିଧିତ୍ୱ କରୁଛି । ସେ କହିଥିଲେ, ଏହି ମେଣ୍ଟ ଭାରତର ବିବିଧତାର ପ୍ରତିନିଧିତ୍ୱ କରୁଥିବାରୁ ଦେଶର ପ୍ରଗତି ପାଇଁ ଆଞ୍ଚଳିକ ସ୍ତରରେ ଲୋକମାନଙ୍କର ଆଶା ଆକାଂକ୍ଷା ପୂରଣ ପ୍ରତି ଅଗ୍ରାଧିକାର ଦିଆଯିବା ଉଚିତ।
ଶ୍ରୀ ମୋଦୀ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‍ କରି ତାଙ୍କର ଓ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ପ୍ରଦାନ କରି ଥିଲେ। ରାଷ୍ଟ୍ରପତି ସେମାନଙ୍କର ଇସ୍ତଫା ଗ୍ରହଣ କରି ନୂଆ ସରକାର ଗଠନ ହେଲା ପର୍ୟ୍ୟନ୍ତ ଦାୟିତ୍ୱରେ ରହିବାପାଇଁ ଅନୁରୋଧ କରିଛନ୍ତି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories