www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ ରାଶି ଅନୁଯାୟୀ ଆପଣଙ୍କ ପାଇଁ କେଉଁ ଅକ୍ଷର ଶୁଭ

ଶବ୍ଦର ଆମ ଜୀବନରେ ଖୁବ ମହତ୍ତ୍ୱ ରହିଛି। ଏହି ଶବ୍ଦମାନଙ୍କର ଆଧାର ହେଉଛି ଅକ୍ଷର। ଜ୍ୟୋତିଷ ଶାସ୍ତ୍ରରେ ଆମ ନାମ ସହ ଜଡ଼ିତ ଅକ୍ଷର ପଛରେ କିଛି କାରଣ ରହିଛି, ଯାହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ।
ମେଷ ରାଶି –
ମେଷ ରାଶି ପାଇଁ ୩ଟି ଅକ୍ଷର ମ, ଭ ଓ ନ ମହତ୍ତ୍ୱ ପୂର୍ଣ୍ଣ ଅଟେ। ପ ଓ ଖ ଅକ୍ଷର ନାମ ଥିବା ବ୍ୟକ୍ତି ବା ମହିଳାଙ୍କୁ ଏମାନେ ବିବାହ କରିବା ଉଚିତ ନୁହେଁ। ଶୀଘ୍ର ସଫଳତା ଓ ଧନ ଲାଭ ପାଇଁ ମ ରେ ଆରମ୍ଭ ହେଉଥିବା କାର୍ଯ୍ୟ ଶୁଭ ଅଟେ।
ବୃଷ ରାଶି –
ଏହି ରାଶି ପାଇଁ ପ,ଗ ଓ ୟ ଅକ୍ଷର ଶୁଭ ଅଟେ। ଅ, ବ ଓ ର ଏମାନଙ୍କ ପାଇଁ ଅଶୁଭ ଅଟେ। ବୈବାହିକ ଜୀବନ ଓ କର୍ମକ୍ଷେତ୍ରରେ ସଫଳତା ପାଇଁ ଗ ସବୁଠାରୁ ଉତ୍ତମ ଅକ୍ଷର ଅଟେ।
ମିଥୁନ ରାଶି –
ଏହି ରାଶି ପାଇଁ ର ଓ ଶ ଶୁଭ ଅଟେ। କ ଓ ଚ ଏମାନଙ୍କ ପାଇଁ ଅଶୁଭ ଅଟେ। ଜୀବନରେ ସଫଳତା ପାଇଁ ସ ଓ ଶ ଅକ୍ଷରର ପ୍ରୟୋଗ କରିବା ଉଚିତ।
କର୍କଟ ରାଶି –
ଏହି ରାଶି ପାଇଁ ନ, ଶ, ମ ଓ ଦ ଅକ୍ଷର ମହତ୍ତ୍ୱ ପୂର୍ଣ୍ଣ ଅଟେ। ପ ଅକ୍ଷର ଏମାନଙ୍କ ପାଇଁ ଅଶୁଭ ଅଟେ। ଜୀବନରେ ସଫଳତା ପାଇବା ପାଇଁ ଶ ଓ ଦ ଅକ୍ଷର ବ୍ୟବହାର କରିବା ଉଚିତ।
ସିଂହ ରାଶି –
ଏହି ରାଶି ପାଇଁ ଭ, ୟ, ଲ ଓ ଅ ଅକ୍ଷର ଶୁଭ ଅଟେ। ର ଅକ୍ଷର ଏମାନଙ୍କ ପାଇଁ ଅଶୁଭ ଅଟେ। ଉତ୍ତମ ସ୍ୱାସ୍ଥ୍ୟ ଓ ସ୍ଥାୟୀ ଜୀବନ ପାଇଁ ଅ ଅକ୍ଷରରେ ବ୍ୟବହାର କରନ୍ତୁ।
କନ୍ୟା ରାଶି –
ଏହି ରାଶି ପାଇଁ ଗ, ଔ, ର ଅକ୍ଷର ଶୁଭ ଅଟେ। ସ ଓ ତ ଅଶୁଭ ଅଟେ। ଧନଲାଭ ଓ ଖୁସି ପାଇବା ପାଇଁ ର ଅକ୍ଷରର ବ୍ୟବହାର କରନ୍ତୁ।
ତୁଳା ରାଶି –
ଏହି ରାଶି ପାଇଁ ଶ, ସ, କ ଓ ଘ ଶୁଭଅଟେ। ଚ, ମ ଓ ନ ଏମାନଙ୍କ ପାଇଁ ଅଶୁଭ। ମନକୁ ଶାନ୍ତ ଓ ସମ୍ପର୍କକୁ ମଜଭୂତ ରଖିବା ପାଇଁ ସ ଅକ୍ଷର ଶୁଭ ଅଟେ।
ବିଛା ରାଶି –
ଏହି ରାଶି ପାଇଁ ଅ, ନ ଓ ଦ ଅକ୍ଷର ଶୁଭ ଅଟେ। ପ, ର ଓ କ ଅକ୍ଷର ଏମାନଙ୍କ ପାଇଁ ଅଶୁଭ। ସମସ୍ୟାରୁ ନିବୃତ୍ତ ରହିବା ପାଇଁ ଅ ଅକ୍ଷରର ବ୍ୟବହାର କରନ୍ତୁ।
ଧନୁ ରାଶି – ଏହି ରାଶି ପାଇଁ ଶ, ମ, ହ ଓ ଅ ଅକ୍ଷର ଶୁଭ। ବ ଓ କ ଅଶୁଭ ଅଟେ। ଶାନ୍ତି ଓ ଉନ୍ନତି ପାଇଁ ଅ ଅକ୍ଷର ବ୍ୟବହାର କରିବା ଉଚିତ।
ମକର ରାଶି –
ଏହି ରାଶି ପାଇଁ ବ, ଲ, ଜ ଓ ଖ ଅକ୍ଷର ଶୁଭ ଅଟେ। ଦ, ହ ଓ ମ ଅଶୁଭ ଅଟେ। ଜୀବନରେ ସଫଳତା ପାଇଁ ବ ଅକ୍ଷର ପ୍ରୟୋଗ କରିବା ଉଚିତ।
କୁମ୍ଭ ରାଶି –
ଏହି ରାଶି ପାଇଁ କ , ଶ, ଅ ଓ ର ଅକ୍ଷର ଶୁଭ ଅଟେ। ହ, ପ, ଡ଼ ଅକ୍ଷର ଅଶୁଭ ଅଟେ। ଏମାନଙ୍କ ପାଇଁ ଅ ଅକ୍ଷର ସର୍ବୋତ୍ତମ। ଅ ଅକ୍ଷର କାରଣରୁ ଏମାନେ ସଫଳତା ପାଇଥାଆନ୍ତି।
ମୀନ ରାଶି –
ଏହି ରାଶି ପାଇଁ ହ, ନ ଓ ୟ ଅକ୍ଷର ଶୁଭ ଅଟେ। ଟ, ମ ଓ ର ଅକ୍ଷର ଲାଭଦାୟକ ନୁହେଁ। ଜୀବନରେ ଉନ୍ନତି ପାଇଁ ନ ଅକ୍ଷର ବ୍ୟବହାର କରନ୍ତୁ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories