www.samajalive.in
Friday, December 12, 2025
14.1 C
Bhubaneswar

ରବର୍ଟ ଭଦ୍ରାଙ୍କ ଅଗ୍ରୀମ ଜାମିନ ଖାରଜ ପାଇଁ ହାଇକୋର୍ଟରେ ଇଡି

ନୂଆଦିଲ୍ଲୀ: ଅର୍ଥ ଠକେଇ ମାମଲାରେ ରବର୍ଟ ଭଦ୍ରାଙ୍କୁ ମିଳିଥିବା ଅଗ୍ରୀମ ଜାମିନ ଖାରଜ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ଏପ୍ରିଲ ୧ରେ ଟ୍ରାଏଲ କୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ। ଭଦ୍ରାଙ୍କୁ ସୁରକ୍ଷା ଦିଆଯିବା ଫଳରେ ତାଙ୍କ ବିରୁଦ୍ଧରେ ଥିବା ଅର୍ଥ ଠକେଇ ମାମଲାର ତଦନ୍ତ ବ୍ୟାହତ ହେବା ଆଶଙ୍କା ସୃଷ୍ଟି ହୋଇଥିବା ଇଡି ଓକିଲ ଡି.ପି. ସିଂହ କୋର୍ଟଙ୍କୁ ଅବଗତ ଜଣାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର (ମେ ୨୭)ରେ ହେବାର ସମ୍ଭାବନା ରହିଛି।

ଇଡି ମଧ୍ୟ ଭଦ୍ରା ସ୍କାଇଲାଇଟ ହସ୍ପିଟାଲିଟିର କର୍ମଚାରୀ ମନୋଜ ଅରୋରାଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନର ବିରୋଧ କରିଛି। ମନୋଜ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଅଛନ୍ତି। ଭଦ୍ରା ଲଣ୍ଡନସ୍ଥିତ ବ୍ରୀନଷ୍ଟନ ସ୍କୋୟାରରେ ୧.୯ ମିଲିଅନ ପାଉଣ୍ଡ ମୂଲ୍ୟର ସମ୍ପତ୍ତି କ୍ରୟ କରିଥିବା ସମୟରେ ଅର୍ଥ ଠକେଇ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଭଦ୍ରାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରି କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବା ପାଇଁ ସର୍ତ୍ତ ରଖିଥିଲେ। ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରିବାକୁ ମଧ୍ୟ କୋର୍ଟ ଭଦ୍ରାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

୨୦୧୮ ଡିସେମ୍ବର ୭ ଓ ୮ରେ ଭଦ୍ରାଙ୍କ କାର୍ଯ୍ୟାଳୟ ଖାନତଲାସୀ କରାଯାଇ ପ୍ରାୟ ୨୦ ହଜାର ପୃଷ୍ଠାର ଦସ୍ତାବିଜ ଜବତ ହୋଇଥିବା କୋର୍ଟ ଅନୁଧ୍ୟାନ କରିଥିଲେ। ଇଡି କୋର୍ଟଙ୍କୁ ଜଣାଇଥିଲେ ଯେ ଭଦ୍ରାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଉ ନ ହେଲେ ସେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories