ବେଜିଙ୍ଗ: ଦକ୍ଷିଣପଶ୍ଚିମ ଚୀନର ଏକ ନଦୀରେ ଡଙ୍ଗା ବୁଡି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୮ଜଣ ନିଖୋଜ ଅଛନ୍ତି। ଗୁଇଜୁ ପ୍ରଦେଶର ବନରା ଅଞ୍ଚଳରେ ଏହି ଘଟଣାରେ କ୍ୟାପଟେନ ସମେତ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ପୋଲିସ କ୍ୟାପଟେନଙ୍କୁ ଗିରଫ କରି ପଚରାଉଚୁରା କରୁଛି। ଚୀନ ଜରୁରୀକାଳୀନ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି ଯେ ସେହି ବୋଟଟି କୌଣସି କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇନାହିଁ ବରଂ ହାତ ତିଆରି ମୋଟର ଚାଳିତ ବୋଟ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Popular Categories



