www.samajalive.in
Friday, December 12, 2025
14.1 C
Bhubaneswar

ରାଜସ୍ଥାନ, ମଧ୍ୟ ପ୍ରଦେଶ, ବିହାର ଓ କର୍ଣ୍ଣାଟକରେ ମଧ୍ୟ ବିଜେପି ଆଗୁଆ

ନୂଆଦଲ୍ଲୀ : ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ କର୍ଣ୍ଣାଟକରେ ବିଜେପି ଆଗୁଆ ରହିଛି। ରାଜସ୍ଥାନରେ ବିଜେପି ୭ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୧୭ଟି ଆସନରେ ଆଗୁଆ ରହିଛି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏଠା​​‌ରେ ଗୋଟିଏ ଆସନରେ ବିଜୟୀ ହୋଇଛି।
ସେହିପରି ମଧ୍ୟପ୍ରଦେଶରେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିଛି ।  ବିଜେପି ଏଠାରେ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୬ଟି ଆସନରେ ଆଗୁଆ ରହିଛି। ସେହିପରି ଏଠାରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି।
ସେହିପରି କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୧ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସ ଓ ଜନତାଦଳ(ଏସ୍‍) ଏଠାରେ ଗୋଟିଏ ଲେଖାଁଏ ଆସନରେ ବିଜୟୀ ହୋଇଛନ୍ତି ।

ସେହିପରି ବିହାରରେ ମଧ୍ୟ ବିଜେପି ଓ ଏନଡିଏ ଅପାର ସଫଳତା ହାସଲ କରିଛନ୍ତି। ଏଠାରେ ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟି ଆସନରେ ଆଗୁଆ ରହିଛି । ଜେଡିୟୁ ୧୬ଟି ଆସନରେ ଆଗୁଆ ରହିଛି। ଲୋକ ଜନଶକ୍ତି ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ୫ଟି ଆସନରେ ଆଗୁଆ ରହିଛି । ମୋଟ ୪୦ଟି ଆସନରୁ ଏନଡିଏ ୩ଟିରେ ବିଜୟ ହାସଲ କରିବାକୁ ଯାଉଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories