www.samajalive.in
Sunday, December 7, 2025
26.1 C
Bhubaneswar

ଭୋଟ୍‍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ : ପ୍ରକାଶ ପାଇବ ୫୪୨ ଲୋକସଭା ଓ ୪ ରାଜ୍ୟ ବିଧାନସଭା ଆସନର ଫଳ

ନୂଆଦିଲ୍ଲୀ : ଦେଶର ୫୪୨ଟି ଲୋକସଭା ଆସନ ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ୍‍ ଓ ଅରୁଣାଚଳ ପ୍ରଦେଶ ଆଦି ଚାରୋଟି ରାଜ୍ୟର ବିଧାନସଭା ପାଇଁ ଆସନ୍ତାକାଲି ଭୋଟ୍‍ ଗଣତି ସକାଶେ ସବୁ ପ୍ରସ୍ତୁତି ଶେଷ ହୋଇଛି । ୫୪୨ଟି ଲୋକସଭା ଆସନ ପାଇଁ ୮ହଜାରରୁ ଅଧିକ ପ୍ରାର୍ଥୀଙ୍କର ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରଣ ହେବ। ସକାଳ ୮ଟାରୁ ସାରା ଦେଶରେ ଭୋଟ୍‍ ଗଣତି ଆରମ୍ଭ ହେବ। ରାତି ସୁଦ୍ଧା ଫଳାଫଳ ଜଣାପଡ଼ିଯିବ ବୋଲି ଆଶା କରାଯାଉଛି।

ପ୍ରଥମଥର ପାଇଁ ଇଭିଏମ୍‍ ସହ ଭିଭିପାଟ୍‍ ଚିରୁକୁଟିର ମେଳ ଖୁଆଇବା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ଫଳାଫଳ ବିଳମ୍ବରେ ଜଣାପଡ଼ିବ ବୋଲି ଆଶା କରାଯାଉଛି । ପାଖାପାଖି ୧୦ଲକ୍ଷ ୩୦ହଜାର ଭୋଟ୍‍ ଗ୍ରହଣ କେନ୍ଦ୍ର ମଧ୍ୟରୁ ୨୦ହଜାର ୬୦୦ ଭୋଟ୍‍ ଗ୍ରହଣ କେନ୍ଦ୍ରର ଇଭିଏମ୍‍ ଗୁଡ଼ିକ ସହ ଭିଭିପାଟ୍‍ ଚିରକୁଟିକୁ ମେଳ କରାଯିବ। ପ୍ରଥମେ ଡାକ ଯୋଗେ ଭୋଟ୍‍ଗୁଡ଼ିକୁ ଗଣତି କରାଯିବ। ଡାକ ଯୋଗେ ପ୍ରାୟ ୧୮ଲକ୍ଷ ଭୋଟ୍‍ ଆସିଥିବାର ଜଣାପଡ଼ିଛି। ବିଦେଶରେ ଥିବା ଦୂତାବାସ ଓ ସମର୍ଥନକାରୀ କର୍ମଚାରୀମାନେ ଡାକ ଯୋଗେ ଭୋଟ୍‍ଗୁଡ଼ିକୁ ବିଭିନ୍ନ ଦେଶରେ ଗଣନା କରିବେ। ଇଭିଏମ୍‍ର ଭୋଟ୍‍ ଗଣତି ପରେ ଭିଭିପାଟ୍‍ ଚିରକୁଟିଗୁଡ଼ିକୁ ପଛରେ ଗଣନା କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୫ଟି ଲେଖାଏଁ ଭୋଟ ଗ୍ରହଣ କେନ୍ଦ୍ରର ଫଳାଫଳକୁ ମେଳ କରିବା ପାଇଁ ଚିରକୁଟିଗୁଡ଼ିକୁ ପ୍ରଥମେ ଗଣନା କରାଯିବ ଏବଂ ଇଭିଏମ୍‍ର ସୁଇଚ୍‍କୁ ପରେ ଖୋଲାଯିବ।

- Advertisement -

ଯଦି ଉଭୟ ମେସିନ୍‍ରେ ଫଳାଫଳ ମେଳ ନହୁଏ ଚିରକୁଟିଗୁଡ଼ିକର ଗଣନାକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯିବ। ଇଭିଏମ୍‍ ଚିରକୁଟି ମେଳ ପାଇଁ ଅତିରିକ୍ତ ଚାରିରୁ ପାଞ୍ଚ ଘଣ୍ଟା ସମୟ ଲାଗିବ। ଇଭିଏମ୍‍ ସଂକ୍ରାନ୍ତୀୟ କୌଣସି ଅଭିଯୋଗକୁ ତଦାରଖ କରିବା ଲାଗି ନୂଆଦିଲ୍ଲୀର ନିର୍ବାଚନ ସଦନରେ ୨୪ ଘଣ୍ଟିଆ ଇଭିଏମ୍‍ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories