www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱକପ୍‍ ଦଳରେ ସ୍ଥାନ ପାଇଲେନି ଜୁନୈଦ ଖାନ୍‍ ; କଲେ ଏହିପରି ବିରୋଧ

ଇସଲାମାବାଦ୍: ଆଉ ମାତ୍ର ୯ ଦିନ ପେରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ୧୫ ଜଣିଆ ଦଳରେ ମହମ୍ମଦ ଅମୀର ଓ ୱାହାବ ରିଆଜ ସ୍ଥାନ ପାଇଥିବାବେଳେ ଜୁନୈଦ ଖାନଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ଯାହାକୁ ଜୁନୈଦ୍ ସହଜରେ ଗ୍ରହଣ କରିପାରିନାହାନ୍ତି। ଏ ନେଇ ଜୁନୈଦ୍ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ଅଜବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେ ଟ୍ବିଟରରେ ମୁହଁରେ କଳା ପଟି ଭିଡ଼ିଥିବା ଏକ ଫଟୋ ସେୟାର କରି ଲେଖିଛନ୍ତି – ମୁଁ କିଛି କହିବାକୁ ଚାହୁଁନି, କାରଣ ସତ କହିବା ବହୁତ କଠିନ ହୋଇଥାଏ। କିନ୍ତୁ ଖବର ଅନୁସାରେ ଜୁନୈଦ୍ ପରେ ଟ୍ବିଟରରୁ ଏହି ଫଟୋକୁ ହଟାଇ ଦେଇଛନ୍ତି। ମାତ୍ର ଫଟୋ ହଟାଇଲାବେଳକୁ ଫଟୋଟି ଭାଇରାଲ ହୋଇସାରିଥିଲା।

ପାକିସ୍ତାନ ଦଳ: ଶର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜାମନ, ଇମାମ ଉଲ୍ ହକ୍, ବାବର ଆଜାମ, ହାରିସ ସୋହେଲ, ମହମ୍ମଦ ହାଫିଜ, ଶୋଏବ ମଲିକ, ଅସିଫ ଅଲି, ଇମାଦ ଓ୍ବାସିମ, ଶାଦାବ ଖାଁ, ମହମ୍ମଦ ଅମିର, ମହମ୍ମଦ ହୋସନାନ, ହାସନ ଅଲି, ଓ୍ବାହାବ ରିଆଜ ଓ ଶାହିନ ଆଫ୍ରିଦୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories