www.samajalive.in
Saturday, December 6, 2025
19.1 C
Bhubaneswar

ବିବାଦୀୟ ପୋଷ୍ଟ ଶେୟାର କରି ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମାଗିଲେ ବିବେକ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଫଟୋ ଥିବା ଏକ ବିବାଦୀୟ ପୋଷ୍ଟକୁ ଶେୟାର କରିଥିବା ଅଭିନେତା ବିବେକ ଓବରୟ ମଙ୍ଗଳବାର କ୍ଷମା ପ୍ରାର୍ଥନା କରିଛନ୍ତି। ବିଭିନ୍ନ ମହଲରୁ ସମାଲୋଚନା ଓ ଜାତୀୟ ମହିଳା କମିଶନଙ୍କ ନୋଟିସ୍‍ ପରେ ୨୪ ଘଣ୍ଟା ମଧ୍ୟରେ ବିବେକ କ୍ଷମା ମାଗି ଉକ୍ତ ଟ୍ୱିଟ୍‍କୁ ଡିଲିଟ୍‍ କରି ଦେଇଛନ୍ତି। କ୍ଷମା ପ୍ରାର୍ଥନା ପୂର୍ବକ ଟ୍ୱିଟ୍‍ କରି ସେ ଲେଖିଛନ୍ତି, “ଅନେକ ସମୟରେ ଯାହା ଆମକୁ କୌତୁହଳପୂର୍ଣ୍ଣ ଓ କାହାକୁ ଆଘାତ ପହଞ୍ଚାଇବ ନାହିଁ ବୋଲି ଲାଗେ, ହୁଏତ ଅନ୍ୟମାନଙ୍କୁ ସେପରି ଲାଗି ନଥାଏ। ମୁଁ ଗତ ୧୦ ବର୍ଷ ହେବ ୨୦୦୦ରୁ ଊର୍ଦ୍ଧ୍ବ ଅବହେଳିତ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ କର୍ଯ୍ୟକ୍ରମମାନ କରୁଛି। ମୁଁ କୌଣସି ମହିଳାଙ୍କୁ ଅସମ୍ମାନ କରିବାକୁ ଚିନ୍ତା ମଧ୍ୟ କରି ପାରିବିନି”। ସେ ପୁନଶ୍ଚ ଲେଖିଛନ୍ତି, “ତଥାପି ଯଦି ମୋର ସେହି ପୋଷ୍ଟ ପାଇଁ ଜଣେ ମହିଳାଙ୍କ ଅସମ୍ମାନ ହୋଇଛି, ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛନ୍ତି”।

ଉଲ୍ଲେଖଯୋଗ୍ୟ, ସୋମବାର ବିବେକ ଟ୍ୱିଟରରେ ଏକ ପୋଷ୍ଟ ଶେୟାର କରିଥିଲେ। ଯେଉଁଥିରେ ଏଶ୍ୱର୍ଯ୍ୟା ରାୟଙ୍କ ଫଟୋ ସହ ସଲମାନ ଖାନ୍‍, ବିବେକ ଓବରୟ ଓ ଅଭିଷେକ ବଚ୍ଚନ, ଆରାଧ୍ୟାଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ଫଟୋ ଉପରେ ‘ଓପିନିୟନ୍‍ ପୋଲ୍‍’ ଲେଖା ଥିବା ବେଳେ ବିବେକ ଓ ଐଶ୍ୱର୍ଯ୍ୟାଙ୍କ ଫଟୋ ଉପରେ ‘ଏକ୍‍ଜିଟ୍‍ ପୋଲ’ ଲେଖା ହୋଇଥିଲା। ସେହିପରି ସ୍ୱାମୀ ଅଭିଷେକ ଓ ଝିଅ ଆରାଧ୍ୟାଙ୍କ ସହ ଥିବା ଐଶ୍ୱର୍ଯ୍ୟାଙ୍କ ଫଟୋ ଉପରେ ‘ରେଜଲ୍ଟ’ ଲେଖା ହୋଇଥିଲା। ସାମାଜିକ ଗଣମାଧ୍ୟମରେ ବିବେକ ଏହାକୁ ଶେୟାର କରିବା ପରେ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଇଥିଲା। ଏହାସହିତ ଜାତୀୟ ମହିଳା କମିଶନ ମଧ୍ୟ ଉକ୍ତ ବିବାଦୀୟ ଟ୍ୱିଟକୁ ନେଇ ଜବାବ ରଖିବାକୁ ବିବେକଙ୍କୁ ନୋଟିସ୍‍ ପଠାଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories