www.samajalive.in
Friday, December 12, 2025
16.1 C
Bhubaneswar

ମାଓ ପୋଷ୍ଟରରେ ଅଭିଯୋଗ: ବାତ୍ୟା ‘ଫଣି’ ପ୍ରାକୃତିକ ନୁହେଁ

କଲମପୁର: ସାଧାରଣ ଜନତା ପରୁଞ୍ଜିପତିଙ୍କ ଲୁଟେରା ନିତୀକୁ ବିରୋଧ କରିବାର ସମୟ ଆସିଛି ବୋଲି ସିପିଆଇ ମାଓବାଦୀ ବାଘୁନା ଡିଭିଜନଙ୍କ ତରଫରୁ ଭବାନିପାଟଣା ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ପେରୁମଞ୍ଜି ଛକ ଠାରେ ଦୁଇ ଗୋଟି ପୋଷ୍ଟର ମରାଯାଇଛି। ପୋଷ୍ଟରରେ କୁହ ଯାଇଛି ଯେ ବାତ୍ୟା ‘ଫଣି’ ପ୍ରାକୃତିକ ନୁହେଁ, ଏହା କୃତ୍ରିମ। ଏହି ବାତ୍ୟା ଓଡିଶା ଜନତାଙ୍କ ପାଇଁ ମହାବିପତ୍ତି ଆଣି ଦେଇଛି। ଏହି ବାତ୍ୟା ପାଇଁ ପ୍ରାକୃତିକ ସମ୍ପତିକୁ ରିତିମତ ନଷ୍ଟ କରୁଥିବା ଶୋଷକ ଶ୍ରେଣୀର ବହୁରାଷ୍ଟ୍ରୀୟ ପୁଞ୍ଜିପତି ଓ ତାଙ୍କ ଦ୍ରାରା ପ୍ରତିପାଳିତ ଦଲାଲ ନେତା ଦାୟୀ। ବିକାଶ ନାଁରେ ଲୋକଙ୍କୁ ବିନାଶର ଭିତରକୁ ଠେଲି ଦିଆଯାଉଛି। ବିକାଶ ନାମରେ ରିତିମତ ଖଣିଜ ସମ୍ପତି ଲୁଟ, ନଦୀ ବନ୍ଧ ନିର୍ମାଣ, ସ୍ମାର୍ଟ ସିଟି ନାଁ ରେ ଜଙ୍ଗଲ ଧଂଶ କରାଯାଇ କଂକ୍ରିଟ ଜଙ୍ଗଲ ନିର୍ମାଣ ପାଇଁ ଦିନକୁ ଦିନ ପ୍ରକୃତି ଅଶାନ୍ତ ହେବାରେ ଲାଗିଛି। ସମୂଦ୍ର ଗର୍ଭରେ ଜାତୀୟ ସୁରକ୍ଷା ନାଁରେ ବିଭିନ୍ନ ଯୁଦ୍ଧାସ୍ତ୍ରର ପରୀକ୍ଷଣ କାରଣରୁ ଅଶାନ୍ତ ହେଇ ଉଠୁଛି ସମୂଦ୍ର। ଯାହାର ପ୍ରଭାବର ଏହି ବାତ୍ୟା ଓ ଆଜିର ଅଗ୍ନୀ ବର୍ଷା ଗ୍ରୀଷ୍ମ ତାପର ବୃଦ୍ଧି। ଆଗାମୀ ଦିନରେ ଏଭଳି ପୁଞ୍ଜିପତିଙ୍କ ପ୍ରଭାବ ଯୋଗୁଁ ଅନେକ ସାମୂଦ୍ରିକ ବାତ୍ୟା ସୃଷ୍ଟି ହେବ ଓ ଜନସାଧାରଣ ପ୍ରଭାବିତ ହେବେ।

ଶନିବାର ବିଳମ୍ବିତ ରାତିରେ ଭବାନୀପାଟଣା ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ପେରୁମଞ୍ଜି ଛକ ନିକଟରେ ଥିବା ଏକ ଆମ୍ବ ଗଛରେ ଏହି ପୋଷ୍ଟର ମରାଯାଇଥିବା ଲୋକ ଦେଖିଥିଲେ। ପରେ ଗୁଣପୁର କର୍ଲାପାଟ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories