www.samajalive.in
Saturday, December 13, 2025
23.1 C
Bhubaneswar

ଯୁଦ୍ଧକାଳୀନଭିତ୍ତିରେ ଶ୍ରୀମନ୍ଦିର ମରାମତି କରାଯିବ – ଧର୍ମେନ୍ଦ୍ର ପ୍ରଧାନ

-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ପୁରୀରେ ସ୍ୱଭାବିକ ସ୍ଥିତି ଫେରାଇ ଅଣାଯିବ
-ଫନୀ ପ୍ରଭାବରେ ଧନ ଜୀବନ, ପଶୁ ସମ୍ପଦ ଓ ଗରିବ ଶ୍ରେଣୀର ଲୋକମାନେ ବେଶୀ ପ୍ରଭାବିତ ହୋଇଛନ୍ତି
-ପୁରୀରେ ଟେଲିଫୋନ ସେବା, ବିଜୁଳି ସେବା, ପିଇବା ପାଣି ବ୍ୟବସ୍ଥା ଧୀରେ ଧୀରେ ସ୍ୱଭାବିକ ହେବାରେ ଲାଗିଛି

ପୁରୀ :  ସାମୁଦ୍ରିକ ଝଡବାତ୍ୟା ‘ଫନୀ’ ପ୍ରଭାବରେ ଶ୍ରୀମନ୍ଦିର ପରିସରରେ କଳ୍ପବଟ ବୃକ୍ଷ ସମେତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥା(ଏଏସଆଇ) ଶ୍ରମନ୍ଦିରରେ ସମ୍ବନ୍ଧିତ ଥିବା କାମକୁ ଯୁଦ୍ଧକାଳୀନଭିତ୍ତିରେ ଆରମ୍ଭ କରିଛି । ଏଏସଆଇ ଡିଜି ଖୋଦ୍‍ ଏଠାକୁ ଆସି ଶ୍ରୀମନ୍ଦିର ପରିଦର୍ଶନ କରି ଯାଇଥିବା ବେଳେ ଯଥାଶୀଘ୍ର ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ପୂରଣ କରାଯିବ ବୋଲି ସେମାନେ ଆଶ୍ୱସ୍ତ କରିଛନ୍ତି ।
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ଅବସରରେ ଏଏସ୍‍ଆଇ ଅଧିକାରୀ ତଥା ବିଭାଗୀୟ ଡିଜିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୩ ତାରିଖରେ ସାମୁଦ୍ରିକ ଝଡ ବାତ୍ୟା ଫନୀ ପ୍ରଭାବରେ ପୁରୀ ଜିଲ୍ଲାରେ ଅପୂରଣୀୟ କ୍ଷତି ହୋଇଛି । ଧନ ଜୀବନ, ପଶୁ ସମ୍ପଦ, ଗରିବ ଲୋକମାନେ ଏହା ଦ୍ୱାରା ବେଶୀ ପ୍ରଭାବିତ ହୋଇଛନ୍ତି। ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥିବା ବେଳେ ଏ ଅଂଚଳରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ପରିଲିକ୍ଷିତ ହୋଇଥିବା ସେ କହିଛନ୍ତି।
ପୁରୀରେ ଟେଲିଫୋନ ସେବା, ବିଜୁଳି ସେବା, ପିଇବା ପାଣି ବ୍ୟବସ୍ଥା ଧୀରେ ଧୀରେ ସ୍ୱଭାବିକ ହେବାରେ ଲାଗିଛି। ଅନେକ ପୁନରୁଦ୍ଧାର କାମ ଏବେ ମଧ୍ୟ ବାକି ରହିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ସ୍ୱଭାବିକ ସ୍ଥିତି ଫେରାଇ ଅଣାଯିବ। ଏହା
ସମସ୍ତଙ୍କର ଦାୟିତ୍ୱ। ତେବେ ସମସ୍ତେ ସେହି କାମରେ ଲାଗିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories