www.samajalive.in
Sunday, December 14, 2025
26.1 C
Bhubaneswar

ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର

ନୂଆଦିଲ୍ଲୀ: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେବ। ଶେଷ ପର୍ଯ୍ୟାୟରେ ରବିବାର ଦିନ ୫୯ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ହେବ। ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଭୋଟର୍‍ମାନଙ୍କୁ ଆକୃଷ୍ଟ କରିବାପାଇଁ ଉଦ୍ୟମ ଚଳାଇଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମଥୁରାପୁରଠାରେ ଏକ ନିର୍ବାଚନ ସଭା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଘଟୁଥିବା ହିଂସାକାଣ୍ଡ ପାଇଁ ଦାୟୀ। ଟି.ଏମ୍‍.ସି. କର୍ମୀମାନେ ସମାଜ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ମିର୍ଜାପୁର, ଚନ୍ଦୌଲି ଓ ମଉଠାରେ ର‍୍ୟାଲିଗୁଡ଼ିକରେ ଉଦ୍‍ବୋଧନ ଦେଇଥିଲେ। ସେ କହିଥିଲେ, ଏନ୍‍.ଡି.ଏ. ସରକାର ଆତଙ୍କବାଦ ରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିଛନ୍ତି ଓ ଏକ ଦୁର୍ନୀତିମୁକ୍ତ ସରକାର ଦେଇଛନ୍ତି। ପୂର୍ବରୁ ଏସ୍‍.ପି, ବି.ଏସ୍‍.ପି. ଓ କଂଗ୍ରେସ ସରକାର ରାଜ୍ୟର ଚିନିକଳଗୁଡ଼ିକୁ ବନ୍ଦ୍‍ କରିଛନ୍ତି ଓ ଗାଲିଚା ଶିଳ୍ପକୁ ନଷ୍ଟ କରିଦେଇଛନ୍ତି ବୋଲି ମୋଦୀ ଦୋଷାରୋପ କରିଥିଲେ।

ବିହାରର ପାଟନାଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇ କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧି କହିଛନ୍ତି, ତାଙ୍କ ପାର୍ଟି କ୍ଷମତାକୁ ଆସିଲେ କୃଷକମାନଙ୍କର ଋଣ ଛାଡ଼ କରିବ ଓ ‘ନ୍ୟାୟ’ ଯୋଜନା ଲାଗୁ କରିବ। ସେ କହିଛନ୍ତି, ‘ନ୍ୟାୟ’ ଯୋଜନା ଦେଶର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବ ଓ ଯୁବାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରାହୁଲ କହିଛନ୍ତି, ବିମୁଦ୍ରୀକରଣ ଉଭୟ ଅର୍ଥନୀତି ଓ ବ୍ୟବସାୟର ଅପୂରଣୀୟ କ୍ଷତି ଘଟାଇଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜଠାରେ ନିର୍ବାଚନ ପ୍ରଚାର କରି ପାର୍ଟି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ବି.ଜେ.ପି. ସରକାର ଏହାର ପୂର୍ବ ପ୍ରତିଶ୍ରୁତିଗୁଡ଼ିକ ପୂରଣ କରି ନ ଥିବାରୁ ଏହାକୁ ପୁନର୍ବାର ବିଶ୍ୱାସ କରାଯାଇପାରିବ ନାହିଁ।

- Advertisement -

ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର ପ୍ରଦେଶର ୧୩ଟି, ପଞ୍ଜାବର ସମସ୍ତ ୧୩ଟି, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି, ଝାଡ଼ଖଣ୍ଡର ୩ଟି ଓ ଚଣ୍ଡୀଗଡ଼ର ଏକମାତ୍ର ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ହେବ। ୨୩ ତାରିଖ ଦିନ ଭୋଟ୍‍ ଗଣତି କରାଯିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories