www.samajalive.in
Sunday, December 14, 2025
26.1 C
Bhubaneswar

ଚୋରା ଲୁହାପଥର ବୋଝେଇ ୨ଟି ଟ୍ରକ୍‍ ଜବତ

ଯୋଡା : କେନ୍ଦୁଝର ଜିଲା ଯୋଡା ପୁଲିସ ଗୁରୁବାର ସକାଳେ ଦୁଇଟି ବାର ଚକିଆ ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତବେଗରେ ୨ଟି ଟ୍ରକ ସଡ଼କ ଅତିକ୍ରମ କରୁଥିବା ଦେଖିଥିଲା। ପରେ ପୁଲିସ ସନ୍ଦେହରେ ଏହି ଦୁଇ ଟ୍ରକ୍‍ର ପିଛା କରିଥିଲା। ତେବେ ପ୍ରାୟ ଦୁଇ କିଲୋମିଟର ଟ୍ରକ ଦୁଇଟିର ପିଛାକରି ଲହଣ୍ଡା ନିକଟରେ ଅଟକାଇବାରେ ସକ୍ଷମ ହୋଇଥିଲା। ପୁଲିସକୁ ଦେଖି ଟ୍ରକ୍‍ ଦୁଇଟିର ଚାଳକ ଓ ଖଲାସୀ ଗାଡିଛାଡି ଚମ୍ପଟ ମାରିଥିଲେ। ଯାଞ୍ଚ ପରେ ସେଥିରେ ବୋଝେଇ ହୋଇଥିବା ୫/୧୮ ସାଇଜର ବେଆଇନ ଲୁହାପଥର ଥିବା ପୁଲିସ ଜାଣିବାକୁ ପାଇଥିଲା। ତେବେ ପୁଲିସ ଦୁଇଟି ଟ୍ରକ୍‍ ସହ ଏଥିରେ ବୋଝେଇ ଲୁହାପଥର ଜବତ କରିଥିଲା। ଜବତ ଲୁହାପଥରକୁ ୱେ-ବ୍ରିଜରେ ଓଜନ କରାଇବା ପରେ ଏଥିରେ ଆବଶ୍ୟକ ପରିମାଣ ଠାରୁ ଢେର ଅଧିକ ଲୁହାପଥର ବୋଝେଇ ହୋଇଥିବା ଜାଣି ବୋଝେଇ ଟ୍ରକ୍‍ ଦ୍ୱୟକୁ ଜବତ କରିଥିବା ଖବର ମିଳିଛି। ଉଭୟ ଜବତ ଟ୍ରକରେ ଆବଶ୍ୟକ କାଗଜପତ୍ର ଓ ଏହାର କେହି ଦାବିଦାର ନଥିବାରୁ ଏହା ସମ୍ପୂର୍ଣ୍ଣ ବେଆଇନ ଓ ଚୋରା ଖଣିଜ ସମ୍ପଦ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories