www.samajalive.in
Friday, December 12, 2025
27.1 C
Bhubaneswar

୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ୧୯ରେ ସାନି ଭୋଟ

ଭୁବନେଶ୍ବର : ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାର ୧୦ଟି ଜିଲ୍ଲାର ୩୪ଟି ଭୋଟ୍‍ ଗ୍ରହଣ କେନ୍ଦ୍ରରେ ପୁନଃମତଦାନ ପାଇଁ ନିର୍ଦ୍ଦେଶ ଦେଇଛି । ଭୁବନେଶ୍ବରଠାରେ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି ୧୦ଟି ଜିଲ୍ଲାର ଭିନ୍ନ ଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁନଃ ମତଦାନ ହେବ। ଯେଉଁ ୩୪ଟି ଭୋଟଗ୍ରହଣ କେନ୍ଦ୍ରରେ ପୁନଃ ମତଦାନ ହେବ, ସେଗୁଡ଼ିକ ମଧ୍ୟରୁ ୧୨ଟି ଭୋଟ୍‍ଗ୍ରହଣ କେନ୍ଦ୍ର ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ୨୨ଟି ଭୋଟ୍‍ଗ୍ରହଣ କେନ୍ଦ୍ର ପାଇଁ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହୋଇଥିଲା। ବିଭିନ୍ନ କାରଣରୁ ଅନିମିତ୍ତତା ଓ ତ୍ରୁଟି ଯୋଗୁଁ ଏହି ସବୁ ବୁଥରେ ସାନି ମତଦାନ ହେବ। ଆସନ୍ତା ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ମତଦାନ ସମୟରେ ଏହି ସବୁ  ମତଦାନ କେନ୍ଦ୍ରରେ ସାନି ମତଦାନ ହେବ।

ବରୀର ୫ଟି ବୁଥ୍, ବାରିପଦା, ମାହାଙ୍ଗା ଓ ଆଠଗଡ଼ରେ ୪ଟି ଲେଖଁଏ ବୁଥ୍, ଜଳେଶ୍ବର, ବ୍ରହ୍ମଗିରି ଓ ବିଞ୍ଝାରପୁରରେ ୨ଟି ଲେଖାଁଏ ବୁଥ୍, ବଡ଼ମ୍ବା, ଦେବଗଡ, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ବର ମଧ୍ୟ, ଧର୍ଶାମଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରଦ୍ବୀପରେ ଗୋଟିଏ ଲେଖାଁଏ ବୁଥରେ ସାନି ମତଦାନ ହେବ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories