www.samajalive.in
Friday, December 12, 2025
27.1 C
Bhubaneswar

ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ୍‍ : ପରିବାର ପିଚ୍ଛା ୫୦କେଜି ଚାଉଳ, ୧୦ଲିଟର କିରାସିନ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଗସ୍ତରେ ଯାଇ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହିତ ସ୍ବତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ପ୍ରତି ପରିବାରକୁ ପରିବାରକୁ ୫୦କେଜି ଲେଖାଏ ଚାଉଳ ଓ ମାଗଣାରେ ପ୍ରତି ୧୦ଦିନରେ ଥରେ ଅଢେଇ ଲିଟର କିରାସିନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି କିରାସିନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାସନ କାର୍ଡ଼ ନଥିବା ଲୋକଙ୍କୁ ମଧ୍ୟ ଏହି ଚାଉଳ ମଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨ମାସ ପାଇଁ ମାଗଣ।ରେ ସାନିଟାରୀ ନାପଜିନ ବଣ୍ଟନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୁରୀ ଜିଲାକୁ ବିଦ୍ୟୁତ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀକୁ ବିଦ୍ୟୁତ ଯୋଗାଉଥିବା ସମସ୍ତ ୩ଟି ଗ୍ରୀଡ ନଷ୍ଟ ହୋଇଥିଲା । ସେଥିମଧ୍ୟରୁ ଆଜି ଗୋଟିଏ ଗ୍ରୀଡକୁ ସମ୍ପୂର୍ଣ୍ଣ ଠିକ୍‍ କରି ଦିଆଯାଇଛି। ପୁରୀ, ନିମାପଡ଼ା, କୋଣାର୍କ ସହରକୁ ଆଜି ରାତିରୁ ବିଜୁଳି ଯୋଗାଣ କରାଯିବ। ବିଦ୍ୟୁତ୍‍ ଯୋଗାଣ ପାଇଁ ପୁରୀ ଜିଲାରେ ୧୦ହଜାର ଲୋକ କାର୍ଯ୍ୟ କରୁଛନ୍ତି। ଏହାସହ ଯଥାଶୀଘ୍ର ସମ୍ଭବ ସାରା ଜିଲାକୁ ବିଦ୍ୟୁତ ଯୋଗାଣ କରାଯିବ ବୋଲି ନବୀନ କହିଛନ୍ତି । ବାତ୍ୟା ଫନି ଜନୀତ କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories