www.samajalive.in
Saturday, December 13, 2025
26.1 C
Bhubaneswar

୧୫ରୁ ଘରଭଙ୍ଗା ସର୍ଭେ : ପହିଲାରୁ ଘର ତିଆରି କାର୍ଯ୍ୟାଦେଶ

ଭୁବନେଶ୍ୱର : ରାଜ୍ୟର ଫନି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ଆସନ୍ତା ୧୫ ତାରିଖରୁ ଘରଭଙ୍ଗା ସର୍ଭେ କରାଯିବ । ସର୍ଭେରେ ଯାହାର ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି ବା ନଷ୍ଟ ହୋଇଯାଇଛି ତାଙ୍କୁ ନୂଆ ପକ୍କା ଘର ଯୋଗେଇ ଦିଆଯିବ । ୧୪ଟି ଜିଲ୍ଲାରେ ଘର ଘର ବୁଲି ସର୍ଭେ କରାଯିବ । ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ମଇ ୧୫ରୁ ଏହି ସର୍ଭେ ଆରମ୍ଭ ହୋଇ ସପ୍ତାହକ ମଧ୍ୟରେ ଶେଷ ହେବ । ଏହା ପରେ ଜୁନ ପହିଲାରୁ ଘର ତିଆରି ପାଇଁ କାର୍ଯ୍ୟାଦେଶ ଦେବା ଆରମ୍ଭ କରାଯିବ । ଏହା ପରେ ଘର ଭଙ୍ଗା ଅର୍ଥ ବଣ୍ଟନରେ ସ୍ୱଚ୍ଛତା ପାଇଁ ଫଟୋ ଉଠାଯାଇ ପୋର୍ଟାଲରେ ଅପଲୋଡ କରାଯିବ ।

- Advertisement -

ସୂଚନାଯୋଗ୍ୟ, ବାତ୍ୟାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଛି ବୋଲି ରାଜ୍ୟ ସରକାର କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ଯୋଗେଇ ଦିଆଯିବ । ଉପକୂଳବର୍ତ୍ତି ଜିଲ୍ଲାରେ ୧.୭ ଲକ୍ଷ ଓ ଅନ୍ୟ ଜିଲ୍ଲାରେ ୧.୩ ଲକ୍ଷ ଘର ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories