www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ ବଂଶୋଦ୍ଭବ ସ୍ତ୍ରୀକୁ ହତ୍ୟା କରିଥିବା ବ୍ରିଟିଶ ନାଗରିକକୁ ଆଜୀବନ ଜେଲ୍‌

ଲଣ୍ଡନ .- ଭାରତୀୟ ବଂଶୋଦ୍ଭବ ସ୍ତ୍ରୀକୁ ଛୁରି ଭୁଷି ହତ୍ୟା କରିଥିବା ବ୍ରିଟିଶ ନାଗରିକକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଖ୍ରୀଷ୍ଟମାସ ସମୟରେ ମତାନ୍ତର ଯୋଗୁଁ ଏହି ବ୍ୟକ୍ତି ଅତି ବିଭତ୍ସ ଭାବେ ସ୍ତ୍ରୀ ଆଞ୍ଜେଲା ମିତଲଙ୍କୁ ୫୯ ଥର ଛୁରି ଭୁଷିଥିଲା । ଦୁଇଟି ପରିବା କଟା ଛୁରିରେ ସେ ଏହି କାଣ୍ଡ ଘଟାଇଥିଲା । ଲରେନ ବ୍ରାଣ୍ଡ ନାମକ ଏହି ବ୍ୟକ୍ତିର ଦୋଷ ପ୍ରମାଣିତ ହେବା ପରେ ବ୍ରିଟେନର ରିଡିଙ୍ଗ କ୍ରାଉନ୍‌ ଅଦାଲତ ଅଭିଯୁକ୍ତ ଲରେନକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।

୪୭ ବର୍ଷିୟ ଲରେନକୁ ଅତିକମ୍‌ରେ ୧୬ ବର୍ଷ ଆଠମାସ କାରାଦଣ୍ଡାଦେଶ ହେବ । କାରାଦଣ୍ଡାଦେଶ ଦେବା ବେଳେ ଜଜ୍‌ ଲରେନ୍‌କୁ ଭର୍ସନା କରିଥିଲେ । ଏହି ମାମଲାକୁ ଥେମସ୍‌ ଭ୍ୟାଲିର ପୁଲିସ ମେଜର ଅପରାଧ ୟୁନିଟର ଡିଟେକ୍ଟିଭ ଇନିସ୍‌ପେକ୍ଟର ମାଇକ୍‌ ରୋଡି ତଦନ୍ତ କରିଥିଲେ । ଏହି ଅପରାଧ କରିବା ପରେ ଅଭିଯୁକ୍ତି ନିଜ ଘରକୁ ସଫା କରିଥିଲା । ଏହାପରେ ସେ ପୁଲିସ୍‌କୁ ଫୋନ୍‌ରେ ଡାକିଥିଲା । ପରେ ପୁଲିସ ତଦନ୍ତ ଓ ଫରେନସିକ୍‌ ଯାଞ୍ଚରେ ଲରେନ୍‌ ଦୋଷୀ ବୋଲି ପ୍ରମାଣିତ ହୋଇଥିଲା ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories