www.samajalive.in
Saturday, December 13, 2025
21.1 C
Bhubaneswar

ଇସ୍ଲାମିକ ଷ୍ଟେଟର ଦାବି – ଭାରତରେ ରହିଛି ଆଇଏସ’ର କାର୍ଯ୍ୟକ୍ଷେତ୍ର

ନୂଆଦିଲ୍ଲୀ: ଭାରତରେ ନିଜ ସନ୍ତ୍ରାସବାଦୀ ସଂଗଠନର କାର୍ଯ୍ୟକ୍ଷେତ୍ର ସ୍ଥାପନ କରିଥିବା ଇସ୍ଲାମିକ ଷ୍ଟେଟ (ଆଇଏସ) ଦାବି କରିଛି। କିଛି ଦିନ ତଳେ କାଶ୍ମୀରରେ ସନ୍ତ୍ରାସବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଇସ୍ଲାମିକ ଷ୍ଟେଟ ସହ ଜଡିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଆଇଏସ ଏଭଳି ଦାବି କରିଛି। ଆଇଏସ’ର ଅମାକ ସମ୍ବାଦ ଏଜେନ୍ସି ସେହି ଅଞ୍ଚଳର ନାମ ଘୋଷଣା କରିଛି – ବିଲାୟ ଅଫ ହିନ୍ଦ। ଆଇଏସ ଏକଥା ମଧ୍ୟ ଘୋଷଣା କରିଛି, କାଶ୍ମୀରର ସୋପିଆଁ ଜିଲ୍ଲା ଅନ୍ତର୍ଗତ ଅମିସପୁରା ସହରରେ ଆଇଏସ ଭାରତୀୟ ସେନା ଉପରେ ଆକ୍ରମଣ କରିଛି। ପୂର୍ବରୁ ଇସାକ ଅହମଦ ସୋଫି ନାମକ ସନ୍ତ୍ରାସବାଦୀର ଗୁଳି ବିନିମୟରେ ମୃତ୍ୟୁ ଘଟିଥିବା ଘଟଣା ସହ ଆଇଏସର ବିବୃତ୍ତି ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।

ଗତ ଏପ୍ରିଲରେ ସିରିଆ ଏବଂ ଇରାକରୁ ଆଇଏସକୁ ତଡି ଦେବା ପରେ ସେମାନେ ନୂଆ କାର୍ଯ୍ୟକ୍ଷେତ୍ର ସ୍ଥାପନ ପାଇଁ ଚେଷ୍ଟା କରୁଥିଲେ। ସୋଫି ପୂର୍ବରୁ ବହୁ ଆତଙ୍କୀ ସଂଗଠନଗୁଡିକ ସହ ଜଡିତ ଥିଲା ଓ ସେହି ସମୟରୁ ଆଇଏସ ସହ ସମ୍ପର୍କରେ ଥିଲା। ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଆଇଏସ ପକ୍ଷରୁ ସଂଗଠିତ ବୋମା ବିସ୍ଫୋରଣରେ ଶ୍ରୀଲଙ୍କାରେ ପାଖାପାଖି ୧୫୩ ଜଣକ ମୃତ୍ୟୁ ହୋଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories