www.samajalive.in
Saturday, December 13, 2025
26.1 C
Bhubaneswar

ବାୟୁସେନାକୁ ମିଳିଲା ଦୁନିଆର ସବୁଠୁ ବିଧ୍ଵଂସୀ ଲଢୁଆ ହେଲିକପ୍ଟର ‘ଆପାଚେ’; ଜାଣନ୍ତୁ କ’ଣ ରହିଛି ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଆମେରିକାଠାରୁ ମିଳିଛି ଦୁନିଆର ସବୁଠୁ ବିଧ୍ଵଂସୀ ଲଢୁଆ ହେଲିକପ୍ଟର। ଏହାର ନାଁ ହେଉଛି ଆପାଚେ ଗାର୍ଡିୟାନ ହେଲିକପ୍ଟର। ଆମେରିକାର ଏରିଜୋନାସ୍ଥିତ ପ୍ରଡକ୍ସନ ଫାସିଲିଟି ସେଣ୍ଟରରୁ ଭାରତୀୟ ବାୟୁସେନା ପ୍ରଥମ ଆପାଚେ ହେଲିକପ୍ଟର ପ୍ରାପ୍ତ କରିଛି। ଭାରତ ଆମେରିକାଠାରୁ ୨୨ଟି ଆପାଚେ ହେଲିକପ୍ଟର କିଣିବାକୁ ଚୁକ୍ତି କରିଛି।

Image courtesy: Aajtak

ଏହି ଅବସରରେ ଭାରତୀୟ ବାୟୁସେନା ଏକ ଟ୍ବିଟ୍‌ କରି କହିଛି, ଚଳିତ ବର୍ଷ ଜୁଲାଇ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ହେଲିକପ୍ଟର ଭାରତକୁ ଆସିବ। ହେଲିକପ୍ଟରର କ୍ରୁ ସଦସ୍ୟମାନେ ଅଲବାମାସ୍ଥିତ ଆମେରିକା ସେନାର ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଇଛନ୍ତି।

- Advertisement -

ଆପାଚେ ଗାର୍ଡିୟାନ ହେଉଛି ଏକାଧିକ ଦକ୍ଷତା ରଖିଥିବା ଲଢ଼ୁଆ ହେଲିକପ୍ଟର। ଏହା ୨୮୪ କିଲୋମିଟିର ପ୍ରତି ଘଣ୍ଟା ବେଗରେ ଉଡ଼ିପାରିବ। ଏଥିରେ ୨ଟି ହାଇ ପରଫର୍ମାନ୍ସ ଇଞ୍ଜିନ ରହିଛି। ଏହା ସହିତ ଲେଜର, ଇନ୍‌ଫ୍ରାରେଡ୍‌ ଏବଂ ଅନ୍ୟ ନାଇଟ୍‌ ଭିଜନ ସିଷ୍ଟମ ରହିଛି। ଅନ୍ଧାରରେ ବି ଏହା ଶତ୍ରୁମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରିବାର କ୍ଷମତା ରଖିଛି। ଏହି ହେଲିକପ୍ଟରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏବଂ ବିଭିନ୍ନ ପ୍ରକାର ଗୋଳାବାରୁଦ ମଧ୍ୟ ପ୍ରୟୋଗ କରାଯାଇପାରିବା ଭଳି ବୈଶିଷ୍ଟ୍ୟ ରହିଛି। ଶତ୍ରୁମାନଙ୍କ ନଜର ଆଢୁଆଳରେ ରହି ଏହା ଟାର୍ଗେଟ ଅଞ୍ଚଳକୁ ଧ୍ଵଂସ କରିପାରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories