www.samajalive.in
Monday, December 8, 2025
24.1 C
Bhubaneswar

ବିମାନରେ ଯୁବତୀଙ୍କୁ ଯୌନ ଶୋଷଣ; ଇଂଲଣ୍ଡରେ ଭାରତୀୟ ପର୍ଯ୍ୟଟକଙ୍କୁ ୧ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ: ବିମାନରେ ଯାତ୍ରା ବେଳେ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିବା ମାମଲାରେ ଇଂଲଣ୍ଡର ଏକ କୋର୍ଟ ଭାରତୀୟ ପର୍ଯ୍ୟଟକଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ନାମ ହେଉଛି ହରଦୀପ ସିଂହ। ଗତ ଫେବୃୟାରୀରେ ଏହି ଘଟଣା ଘଟିଥିଲା। ହରଦୀପ ବିମାନ ଯୋଗେ ମୁମ୍ବଇରୁ ମଞ୍ଚେଷ୍ଟର ଯାତ୍ରା କରୁଥିବାବେଳେ ତାଙ୍କ ପାଖ ସିଟ୍‌ରେ ଜଣେ ଯୁବତୀ ବସିଥିଲେ। ରାତି ସମୟରେ ବିମାନ ଲାଇଟ ବନ୍ଦ କରିଦିଆଯାଇଥିବାବେଳେ ସମସ୍ତେ ଶୋଇପଡ଼ିଥିଲେ। ଯୁବତୀ ଜଣକ ମଧ୍ୟରେ ଶୋଇଯାଇଥିଲେ। ଅନ୍ଧାରର ସୁଯୋଗ ନେଇ ହରଦୀପ ସମ୍ପୃକ୍ତ ଯୁବତୀଙ୍କୁ ଯୌନ ଶୋଷଣ କରିଥିଲେ। କିଛି ସମୟ ପରେ ହଠାତ୍‌ ଯୁବତୀ ଜଣକ ଉଠିଯିବା ସହ ଜୋରରେ ପାଟି କରିଥିଲେ। ପରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଜିମା ଦିଆଯାଇଥିଲା। ଏହି ମାମଲାରେ ଇଂଲଣ୍ଡର ମିନ୍‌ସୁଲ କ୍ରାଉନ କୋର୍ଟ ହରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। ହରଦୀପ ୬ମାସିଆ ଟୁରିଷ୍ଟ ଭିଜାରେ ଇଂଲଣ୍ଡ ଯାଇଥିଲେ। ଦଣ୍ଡାଦେଶ ପୂରଣ ହେବା ପରେ ତାଙ୍କୁ ଭାରତ ପଠାଯିବ ବୋଲି କୋର୍ଟ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories