www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନ ବିଚାରପତିଙ୍କୁ କ୍ଲିନଚିଟ ଘଟଣା: ଇସ୍ତଫା ଦେଇପାରନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ!

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠ ବିଚାରପତିମାନଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାର ବିଚାର ପ୍ରକ୍ରିୟା ନେଇ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ଏହି ମାମଲାରେ ପ୍ରଧାନ ବିଚାରପତିଙ୍କୁ କ୍ଲିନଚିଟ ଦେବା ପୂର୍ବରୁ ଅର୍ଥାତ ପ୍ରାୟ ଏକ ସପ୍ତାହ ପୂର୍ବରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଲେଖିଥିବା ପତ୍ରରେ ଦୃଢ଼ ଭାବେ ସୁପାରିଶ କରିଥିଲେ ଯେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଜଣେ ତଳ ପାହ୍ୟାର କର୍ମଚାରୀ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାର ଯାଞ୍ଚ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟିରେ ଜଣେ ବାହାର ବ୍ୟକ୍ତି ସଦସ୍ୟ ରହିବା ଆବଶ୍ୟକ।

ଏହି ବିବାଦୀୟ ଘଟଣାରେ ପ୍ରଧାନ ବିଚାରପତିଙ୍କ ପକ୍ଷରୁ ଯଦିଓ ସରକାରୀ ଓକିଲ ତୁଷାର ମେହେତା ଲଢୁଥିଲେ, ପରେ ଆଟର୍ଣ୍ଣି ଜେନେରାଲ ଏକ ପତ୍ରରେ ଦର୍ଶାଇ ଥିଲେ ଯେ କୌଣସି ମହିଳାଙ୍କ ଅଭିଯୋଗର ଯାଞ୍ଚ ପାଇଁ ଗଠିତ କମିଟିରେ ଜଣେ ବାହାର ସଦସ୍ୟ ରହିବେ, ବିଶେଷ କରି ଅବସରପ୍ରାପ୍ତ ମହିଳା ବିଚାରପତି ହୋଇଥିଲେ ଯାଞ୍ଚର ସ୍ୱଚ୍ଛତା ବଜାୟ ରହିବ। ଜଷ୍ଟିସ ଚନ୍ଦ୍ରଚୁଡ଼ ମଧ୍ୟ ସମାନ କଥା ଲେଖିଥିଲେ।

- Advertisement -

ତେବେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ସୁପ୍ରିମକୋର୍ଟ ବିଚାରପତିଙ୍କୁ ଲେଖିଥିବା ପତ୍ର ନେଇ ଏବେ ବିବାଦ ଦେଖା ଦେଇଛି। ଏ ନେଇ କେନ୍ଦ୍ର ସରକାର ଅସନ୍ତୋଷ ଜାହିର କରିବା ସହ ଏହା ତାଙ୍କର ବ୍ୟକ୍ତିଗତ ମତ, ସରକାରଙ୍କର ମତ ନୁହେଁ ବୋଲି ସ୍ପଷ୍ଟ କରିବାକୁ ବେଣୁଗୋପାଳଙ୍କୁ କହିଥିବା ଜଣାପଡିଛି। ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଏବେ ପୁଣି ଏକ ପତ୍ରରେ ସୁପ୍ରିମକୋର୍ଟ ବିଚାରପତିମାନଙ୍କୁ ଏହା ସରକାରଙ୍କ ନୁହେଁ ବରଂ ନିଜ ମତ ବୋଲି ଲେଖିଛନ୍ତି।

ଅନ୍ୟ ପକ୍ଷରେ ଏବେ ସୁପ୍ରିମକୋର୍ଟରେ କାର୍ଯ୍ୟରତ ସମସ୍ତ ବିଚାରପତିଙ୍କ ଠାରୁ ପାଖାପାଖି ୨୦ବର୍ଷ ଅଧିକ ଅଭିଜ୍ଞତା ସମ୍ପନ୍ନ ୮୮ ବର୍ଷୀୟ କେ.କେ. ବେଣୁଗୋପାଳ ମର୍ଯ୍ୟାଦା ଓ ସମ୍ମାନ ଦୃଷ୍ଟିରୁ ଇସ୍ତଫା ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସାମ୍ବିଧାନିକ ଓ ଆଇନର ଲକ୍ଷ୍ମଣ ରେଖା ଉଭୟଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ସର୍ବୋଚ୍ଚ ନ୍ୟାୟ ପ୍ରଦାନକାରୀ ପ୍ରତିଷ୍ଠାନର ବିଶ୍ୱସନୀୟତା ଏବଂ କେନ୍ଦ୍ର ସରକାରଙ୍କ ସମର୍ଥନ ଓ ଅନ୍ୟ ପଟେ ବେଣୁଗୋପାଳଙ୍କ ଦୀର୍ଘ ଦିନର ଅଭିଜ୍ଞତା ଓ କ୍ଲିନଚିଟ ଘଟଣାକୁ ବିରୋଧ କରୁଥିବା ସଂସ୍ଥା ସମୂହଙ୍କ ପ୍ରଦର୍ଶନ ଉପରେ ହୁଏତ ଅଭିଯୋଗକାରିଣୀଙ୍କ ଆଗାମୀ ପଦକ୍ଷେପ ନିର୍ଭର କରିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories