www.samajalive.in
Saturday, December 13, 2025
26.1 C
Bhubaneswar

ଅଯୋଧ୍ୟା ମାମଲା ଶୁଣାଣି ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୫ ବିଚାରପତିଙ୍କ ସାମ୍ବାଧାନିକ ପୀଠ ଶୁକ୍ରବାର ଅଯୋଧ୍ୟା ରାମଜନ୍ମଭୂମି ଏବଂ ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁଣାଣିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଏସ୍‍ଏ ବୋବଡେ, ଜଷ୍ଟିସ୍‍ ଏସ୍‍ଏ ନଜୀର, ଜଷ୍ଟିସ୍‍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ୫ ଜଣିଆ ପୀଠ ନିକଟରେ ବିବାଦର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ନିଜ ରିପୋର୍ଟ ସିଲବନ୍ଦ ଲଫାଫାରେ ଦାଖଲ କରିଛି। ସକାରାତ୍ମକ ସମାଧାନ ନିମନ୍ତେ ମଧ୍ୟସ୍ଥତା କମିଟିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଇଛି। ଅର୍ଥାତ ମଧ୍ୟସ୍ଥତା କମିଟିକୁ ଆଉ ୩ ମାସ ଅଧିକ ସମୟ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୫ରେ ହେବ।

ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନର ବାଟ ବାହାର କରିବା ପାଇଁ ୩ ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା କମିଟି ଅଦାଲତକୁ ଅଧିକ ସମୟ ମାଗିଥିଲେ। ଏହି କ୍ରମରେ ଅଦାଲତ କମିଟିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ପ୍ରଦାନ କରିଛନ୍ତି ।

- Advertisement -

ପ୍ରକାଶ ଯେ ଗତ ଶୁଣାଣି ସମୟରେ ବାବ୍ରି ମସଜିଦ ଏବଂ ରାମମନ୍ଦିର ବିବାଦ ମାମଲାର ସମାଧାନ ଲାଗି ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଫକୀର ମହମ୍ମଦ ଇବ୍ରାହିମ୍‌ କଲିଫଉଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ୩ ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । ଏହି କମିଟିର ଅନ୍ୟ ସଦସ୍ୟ ଭାବେ ଆର୍ଟ ଅଫ୍‌ ଲିଭିଂର ପ୍ରମୁଖ ଶ୍ରୀଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଅଧିବକ୍ତା ଶ୍ରୀରାମ ପଞ୍ଚୁ ଅଛନ୍ତି । ସମସ୍ତ ପକ୍ଷ ଏହି କମିଟି ଆଗରେ ନିଜ କଥା ରଖିବେ । ଏହି କ୍ରମରେ ମଧ୍ୟସ୍ଥତା କମିଟି ସମାଧାନର ବାଟ ବାହାର କରିବେ ବୋଲି ଆଶା କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୨:୧ ମତରେ ୨.୭୭ ଏକରର ବିବାଦୀୟ ଜମିକୁ ୩ ପକ୍ଷ ଯଥା ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ। ଆହ୍ଲାବାଦ ହାଇକୋଟଙ୍କ ନିଷ୍ପତ୍ତିକୁ କୌଣସି ପକ୍ଷ ଗ୍ରହଣ କରିନଥିଲେ ଓ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ୨୦୧୧ ମଇ ୯ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍‍ ଲଗାଇ ଦେଇଥିଲେ। ୮ ବର୍ଷ ହେଲା ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories