www.samajalive.in
Thursday, December 11, 2025
26.1 C
Bhubaneswar

ଖରା ଦିନେ ଶରୀରରେ ଜଳର ଅଭାବକୁ ଦୂରେଇ ରଖେ ଏହି ଫଳ

ଖରା ଦିନେ ସ୍ବାସ୍ଥ୍ୟ ଉପରେ ଅଧିକ ମାତ୍ରାରେ କୁପ୍ରଭାବ ପଡିଥାଏ। ଠିକ ଭାବେ ପାଣି ନ ପିଇବା, ଅଧିକ ଜଙ୍କ ଫୁଡ୍‌ର ସେବନ ଦ୍ବାରା ଖାଦ୍ୟ ସଠିକ ଭାବେ ହଜମ ହୋଇ ନ ଥାଏ। ତେଣୁ ଖରା ଦିନେ କିଛି ଫଳ ନିଜ ଡାଏଟରେ ସାମିଲ କରିବା ଉଚିତ ଯାହା ଦ୍ବାରା ହଜମ ପ୍ରକ୍ରିୟା ଠିକ ଭାବେ ହୋଇପାରିବ। କାରଣ କିଛି ଫଳ ରହିଛି ଯେଉଁଥିରେ ଜଳ ରହିଥାଏ। ତାହାକୁ ଖାଇବା ଦ୍ବାରା ଶରୀରରେ ଜଳର ଅଭାବ କମ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଫଳ ସମ୍ବନ୍ଧରେ ..

ଅମୃତ ଭଣ୍ଡା :

- Advertisement -

ଅମୃତ ଭଣ୍ଡାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଶରୀରକୁ ସୁସ୍ଥ ରଖିବାରେ ସହ ଜଳର ଅଭାବକୁ ଦୂର କରିଥାଏ। କାରଣ ଅମୃତ ଭଣ୍ଡାରେ ପ୍ରାୟ ୮୬ପ୍ରତିଶତ ଜଳ ରହିଛି।

ସେଓ :

ସେଓରେ ଅଧିକ ମାତ୍ରାରେ ଭିଟାମିନ, ମିନେରାଲ୍ସ, ପ୍ରୋଟିନ ଓ ଫାଇବର ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଏହାସହ ଖରା ଦିନେ ଶରୀରକୁ ସଠିକ ମାତ୍ରାରେ ଜଳ ଯୋଗାଇ ଥାଏ।

କମଳା :

କମଳା ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ। କାରଣ କମଳାରେ ଭିଟାମିନ-ସି ରହିଛି। ଏହା ଶରୀରକୁ ସୁସ୍ଥ ରଖିଥାଏ। କମଳାରେ ୮୦ରୁ ୮୫ ପ୍ରତିଶତ ପାଣିର ମାତ୍ରା ରହିଛି। ଏହା ଶରୀରରେ ଜଳୀୟ ଅଭାବକୁ ଦୂର କରିଥାଏ।

ତରଭୂଜ :

ଖରାରେ ତରଭୂଜ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ଏହାସହ ତରଭୂଜରେ ଜିଙ୍କ, କପର, ମ୍ୟାଗ୍ନେସିୟମ, ସେଲେନିୟମ, କେଲିନ ଓ ଭିଟାମିନ ରହିଛି। ଏହା ଶରୀରକୁ ସୁସ୍ଥ ରଖିବା ସହ ଅନେକ ରୋଗ ଠାରୁ ଦୂରେଇ ରଖିଥାଏ। ଏହାସହ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଜଳ ଯୋଗାଇଥାଏ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories