www.samajalive.in
Monday, December 8, 2025
24.1 C
Bhubaneswar

ଇରାନର ଲୁହା ଓ ଅନ୍ୟ ୩ ଧାତୁ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ୱାଶିଂଟନ : ଆମେରିକା ଇରାନ ଉପରେ ବୁଧବାର ନୂଆ ପ୍ରତିବନ୍ଧକ ଲାଗୁ କରିଛି। ଏହି ପ୍ରତିବନ୍ଧକ ଲୁହା, ଆଲୁମିନିୟମ, ଷ୍ଟିଲ ଏବଂ ତମ୍ବା ରପ୍ତାନୀ ଉପରେ ଲଗାଯାଇଛି। ହ୍ୱାଇଟ୍‍ ହାଉସ୍‍ ଅନୁସାରେ ଇରାନର ମୋଟ ରପ୍ତାନୀରୁ ଧାତୁ ରପ୍ତାନୀର ଯୋଗାଦାନ ହେଉଛି ୧୦%ରୁ ଅଧିକ। ଇରାନକୁ ଆର୍ଥିକ ଭାବେ ଦୁର୍ବଳ କରିବା ପାଇଁ ଆମେରିକା ପ୍ରତିବନ୍ଧ।
ଆମେରିକାର ନୂଆ ପ୍ରତିବନ୍ଧକ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିବ ବୋଲି ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍‍ କରିଛନ୍ତି ଯେ ଇରାନର ଲୁହା, ଷ୍ଟିଲ, ଆଲୁମିନିୟମ ଏବଂ ତମ୍ବା ରପ୍ତାନୀ ଉପରେ କଟକଣା ଲାଗୁ କରିବା ଆଦେଶରେ ଦସ୍ତଖତ କରିଛି। ପେଟ୍ରୋଲକୁ ଛାଡ଼ି ଇରାନ ଏହି ଧାତୁ ରପ୍ତାନୀରୁ ଅଧିକ ରାଜସ୍ୱ ଆୟ କରୁଥିଲା। ଧାତୁ ରପ୍ତାନୀରୁ ଇରାନ ପାଉଥିବା ରାଜସ୍ୱକୁ ହ୍ରାସ କରିବା ପାଇଁ ଏହି କଟକଣା ଲାଗୁ କରାଯାଇଛି। ଇରାନରୁ ଆସୁଥିବା ଷ୍ଟିଲ ଏବଂ ଅନ୍ୟ ଧାତୁକୁ ନିଜ ବନ୍ଦରରେ ଓହ୍ଲାଇବାକୁ ଦିଅ ନାହଁ ବୋଲି ଆମେ ଅନ୍ୟ ଦେଶଗୁଡ଼ିକୁ କହୁଛୁ।
ଇରାନ ଧାତୁ ଓ ତେଲରୁ ଆୟ କରୁଥିବା ଅର୍ଥ ଅସ୍ତ୍ରଶସ୍ତ୍ର କିଣିବା, ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଇବା ଏବଂ ସନ୍ୟ ବୃଦ୍ଧି ପାଇଁ ବ୍ୟବହାର କରିବ ବୋଲି ଆମେରିକା ଆଶଙ୍କା ବ୍ୟକ୍ତ କରିଛି। ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ହେବାରୁ ରୋକିବା ସହ ଇରାନର ଆନ୍ତଃମହାଦେଶୀୟ (ଇଣ୍ଟରକଣ୍ଟିନେଟାଲ) ବାଲାଷ୍ଟିକ କ୍ଷେପଣାସ୍ତ୍ର ବିକାଶକୁ ବନ୍ଦ କରିବା ପାଇଁ ଆମେରିକା ବନ୍ଧ ପରିକର ଓ ଏଥିପାଇଁ ସମସ୍ତ କଟକଣା ଲାଗୁ କରାଯିବ ବୋଲି ଟ୍ରମ୍ପ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories