www.samajalive.in
Wednesday, December 10, 2025
16.1 C
Bhubaneswar

ଜାଣନ୍ତୁ, ଡାଇରିଆ ରୋଗର ଲକ୍ଷଣ ଓ ଘରୋଇ ଉପଚାର ସମ୍ବନ୍ଧରେ ..

ଖରାଦିନେ ଡାଇରିଆ ସମସ୍ୟା ଅଧିକ ଦେଖା ଦେଇଥାଏ। ଏହାଦ୍ବାରା ବ୍ୟକ୍ତି କମଜୋର ଅନୁଭବ କରିଥାଏ। ଖରାଦିନେ ବ୍ୟକ୍ତି ଜଙ୍କ ଫୁଡ, ଅଧିକ ତେଲ ଥିବା ଖାଦ୍ୟ ଖାଉଥିବାରୁ ଏହି ସମସ୍ୟା ହୋଇଥାଏ। ପାଚନ କ୍ରିୟା ଦୁର୍ବଳ ହୋଇଯିବାରୁ ମଧ୍ୟ ଡାଇରିଆ ସମସ୍ୟା ଉତ୍ପନ୍ନ ହୋଇଥାଏ। ତେଣୁ କିଛି ସହଜ ଉପାୟ ରହିଛି ଯାହାକୁ ଆପଣେଇବା ଦ୍ବାରା ଡାଇରିଆ ପରି ସମସ୍ୟାରୁ ଶୀଘ୍ର ମୁକ୍ତି ପାଇ ପାରିବା। ଏହାସହ ଡାଇରିଆ ସମସ୍ୟା କମ୍‌ କରିପାରିବା। ତେ​‌ବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ କ’ଣ ..

ନଡିଆ ପାଣି :

- Advertisement -

ଖରା ଦିନେ ନଡିଆ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ। ଡାଇରିଆ ହୋଇଥିବା ବ୍ୟକ୍ତିମାନେ ନଡିଆ ପାଣି ପିଇବା ସେମାନଙ୍କ ପାଇଁ ଉତ୍ତମ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ଓ ମିନେରାଲ୍ସ ରହିଛି। ଏହାସହ ନଡିଆ ପାଣିରେ ଇଲେକ୍ଟ୍ରୋଲାଇଟ ଥିବାରୁ ଏହା ଶରୀରର ଜଳୀୟ ଅଂଶର ଅଭାବକୁ କମ କରିଥାଏ।

ଓଆରଏସ୍ :

ଖରାରେ ଓଆରଏସ୍ ପାଣି ପିଇବା ଲାଭଦାୟକ ଅଟେ। ଡାଇରିଆ ରୋଗୀମାନେ ଏହାକୁ ପିଇବା ଉଚିତ। ଏକ ଗ୍ଲାସ ପାଣିରେ ୧ ଚାମଚ ଲୁଣ ଓ ଚିନି ମିଶାଇ ଅଳ୍ପ ଅଳ୍ପ କରି ପିଇବା ଉଚିତ।

କଞ୍ଚା କଦଳୀ ଓ ଭାତ :

ଡାଇରିଆ ରୋଗୀମାନେ କଞ୍ଚା କଦଳୀ ଓ ଭାତ ଖାଇବା ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। କାରଣ ସେଥିରେ ଥିବା ପୋଷକ ତତ୍ତ୍ବ ଶରୀରକୁ ଶକ୍ତି ଯୋଗାଇ ଥାଏ। ଏହାସହ ପାଚନ କ୍ରିୟାକୁ ଉତ୍ତମ କରିଥାଏ। ଡାଇରିଆ ରୋଗୀମାନେ କଞ୍ଚା କଦଳୀକୁ ସିଝାଇ ସେଥିରେ ଲୁଣ ମିଶାଇ ଭାତ ସହ ଖାଇବା ଉଚିତ।

ଅଦା ଚା :

ଚା’ରେ ଅଦା ପକାଇ ପିଇବା ଦ୍ବାରା ଡାଇରିଆ ରୋଗୀଙ୍କୁ କିଛି ମାତ୍ରାରେ ଉପଶମ ମିଳିଥାଏ। କାରଣ ଏଥିରେ ଆଣ୍ଟି-ଇଫ୍ଲେମେଟ୍ରି ଓ ଆଣ୍ଟି-ଅକ୍ସାଇଡ ଗୁଣ ରହିଛି। ଡାଇରିଆ ଯୋଗୁଁ ହେଉଥିବା ସମସ୍ୟାରୁ ଏହା ମୁକ୍ତି ଦେଇଥାଏ।

ଡାଇରିଆ ରୋଗର ଲକ୍ଷଣ :

ପେଟର ତଳି ଭାଗ ଅଧିକ ଦରଜ ହେବା।

ଶରୀରରେ ଜଳର ଅଭାବ ହେବା।

ବାନ୍ତି, ଜ୍ବର ଓ ଶରୀରରେ କଷ୍ଟ ଅନୁଭବ ହେବା।

ମୁଣ୍ଡ ବୁଲାଇବା।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories