www.samajalive.in
Thursday, December 11, 2025
16.1 C
Bhubaneswar

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ : ଦିଲ୍ଲୀ, ହରିୟାଣା, ୟୁପିରେ ପ୍ରଚାର ସରଗରମ

ନୂଆଦିଲ୍ଲୀ : ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି। ଆସନ୍ତା ରବିବାର ୧୨ ତାରିଖ ଦିନ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ମତଦାନ ହେବ।
ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ସେମାନଙ୍କର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହରିୟାଣାର କୁରୁକ୍ଷେତ୍ରଠାରେ ବିଜେପିରେ ବିଜୟ ସଂକଳ୍ପ ରାଲିରେ କହିଛନ୍ତି, ଭାରତରୁ ପାକିସ୍ତାନକୁ ଚାଲି ଯାଉଥିବା ପ୍ରତ୍ୟେକ ବିନ୍ଦୁ ଜଳକୁ ଦେଶର କୃଷକମାନଙ୍କୁ ଯୋଗାଇ ଦିଆଯିବ ଓ ଏ ଦିଗରେ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଛି। ଶ୍ରୀ ମୋଦୀକହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ କେବଳ ହରିୟାଣା ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟକୁ ଜଳ ପହଞ୍ଚାଯାଇ ପାରିବ। ସେ କହିଛନ୍ତି, ୨୦୧୪ର ଜନମତ ଯୋଗୁଁ ଦେଶରେ ଏକ ମଜବୁତ ସରକାର ଗଠନ ହୋଇଥିଲା।
ଭାରତକୁ ଏକ ମହାଶକ୍ତିରେ ପରିଣତ କରିବାକୁ ସେ ଚାହାନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ଭାରତୀୟ ବିମାନ ବାହିନୀ ୱିଙ୍ଗ୍‍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଦ୍ୱାରା ଖଲାସ କରାଯିବା ଏକ କୂଟନୈତିକ ସଫଳତା ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ୟବସାୟୀମାନଙ୍କ ପାଇଁ ଜାତୀୟ କମିଶନ୍‍, ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପେନ୍‍ସନ୍‍ ଓ କୃଷକମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ବିଷୟରେ ସେ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ମୋଦି ସୀର୍ସା ଠାରେ ଏକ ର‍୍ୟାଲିରେ ଉଦବୋଧନ ଦେଇ ତାଙ୍କ ସରକାର ଗତ ପାଞ୍ଚ ବର୍ଷ ଭିତରେ ସବୁ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟ କରିଥିବାର କହିଛନ୍ତି । ଏନ୍‍ଡିଏ ସରକାର ପାକିସ୍ତାନର ଦୃଢ଼ ମୁକାବିଲା କରିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିଛନ୍ତି।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିବେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ମଧ୍ୟପ୍ରଦେଶର ଭିଣ୍ଡ୍‍ ଠାରେ ଏକ ନିର୍ବାଚନ ସଭାରେ  ଯୋଗଦେଇ ନ୍ୟାୟ ଯୋଜନା,କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍‍, ବିମୁଦ୍ରୀକରଣର କୁ-ପ୍ରଭାବ ଓ ରାଫେଲ୍‍ ଯୁଦ୍ଧ ବିମାନ କାରବାର ବିଷୟରେ ଉଲ୍ଲେଖ କରିଛନ୍ତି। ଶ୍ରୀ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ପାଞ୍ଚ ବର୍ଷ ଭିତରେ କୃଷକ ଓ ଦେଶର ଯୁବପିଢ଼ି ପ୍ରତି ଘୋର ଅନ୍ୟାୟ କରିଛନ୍ତି କିନ୍ତୁ କଂଗ୍ରେସ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ଜଣ ବଡ଼ ବଡ଼ ଶିଳ୍ପପତିଙ୍କର ୫ ଲକ୍ଷ ୫୫ହଜାର କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ  ଗରିବ, ଯୁବକ ଓ ଶହୀଦ୍‍ମାନଙ୍କ ଆତ୍ମୀୟମାନଙ୍କ ଜମାଖାତାକୁ ସିଧାସଳଖ ସହାୟତା ଅର୍ଥ ପଠାଇବ।
ଉତ୍ତରପ୍ରଦେଶର ଆଜମଗଡ଼ଠାରେ ବିଏସ୍‍ପି ସୁପ୍ରିମୋ ମାୟାବତୀ ସପା-ବସପା-ଆର୍‍ଏଲ୍‍ଡି ମେଣ୍ଟର ଏକ ରାଲିକୁ  ସମ୍ବୋଧନ କରିଛନ୍ତି। ବିଜେପି ଲୋକମାନଙ୍କୁ ବିଭାଜିତ କରି ଶାସନ କରିବା ନୀତି ଗ୍ରହଣ କରୁଛି ବୋଲି ସେ ଦୋଷାରୋପ କରିଛନ୍ତି। ମାୟାବତୀ କହିଛନ୍ତି,ତାଙ୍କ ମେଣ୍ଟ ଦଳିତମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବ। ସମାଜବାଦୀ ପାର୍ଟି
ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଏହି ମେଣ୍ଟ ‘ମହାପରିନିର୍ବାଣ’ ଆଣିବ । ଜିଏସ୍‍ଟି ଯୋଗୁଁ ଦେଶରେ ବେକାରୀ ଦେଖା
ଦେଇଛି ଓ କୃଷକମାନେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି ବୋଲି ସେ କହିଛନ୍ତି। ଆର୍‍ଏଲ୍‍ଡି ମୁଖ୍ୟ ଅଜିତ ସିଂହ କହିଛନ୍ତି, ବିଜେପି ଶାସନ କାଳରେ ବେକାରୀ ବହୁମାତ୍ରାରେ ବୃଦ୍ଧି ପାଇଛି।

- Advertisement -

ରବିବାର ଦିନ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଭୋଟ୍‍ ଗ୍ରହଣ ହେଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ୧୪ଟି, ହରିଆଣାର ୧୦ଟି, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ, ଦିଲ୍ଲୀର ୭ଟି ଓ
ଝାଡ଼ଖଣ୍ଡର ୪ଟି ନିର୍ବାଚନ ମଣ୍ଡଳୀ ରହିଛି।

ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୧୯ ତାରିଖରେ ଭୋଟ୍‍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯିବ।

୨୩ ତାରିଖ ଦିନ ଭୋଟ୍‍ ଗଣତି ଓ ଫଳାଫଳ ପ୍ରକାଶ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories