www.samajalive.in
Monday, December 8, 2025
14.1 C
Bhubaneswar

କେନ୍ଦ୍ର ବନାମ ହାଇକୋର୍ଟ: ରାଜ୍ୟର ଦୈନଦିନ କାର୍ଯ୍ୟରେ ହସ୍ତକ୍ଷେପ କରି ପାରିବେନି ଉପ-ରାଜ୍ୟପାଳ?

ନୂଆଦିଲ୍ଲୀ: ପୁଦୁଚେରି ଉପ-ରାଜ୍ୟପାଳ କିରଣ ବେଦୀଙ୍କ ବିଋଦ୍ଧରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ କେନ୍ଦ୍ର ସରକାର ଚ୍ୟାଲେଞ୍ଜ କରିଛନ୍ତି। ମାଡ୍ରାସ ହାଇକୋର୍ଟ ତାଙ୍କ ରେରେ ଦର୍ଶାଇ ଥିଲେ ଯେ ଉପ-ରାଜ୍ୟପାଳ କିରଣ ବେଦୀ କେନ୍ଦ୍ର ଶାସିତ ଅଞ୍ଚଳର ଦୈନଦିନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ। ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ଏହି ଆବେଦନର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି ସରକାରୀ ଓକିଲ ତୁଷାର ମେହତା। ସେ ଖଣ୍ଡପୀଠଙ୍କୁ କହିଛନ୍ତି,’ଏବେ ପୁଦୁଚେରିରେ ଶାସନ ଠପ ହୋଇଯାଇଛି’।

ତେବେ ମାମଲାର ଶୀଘ୍ର ଶୁଣାଣି ଅନୁରୋଧକୁ ଖଣ୍ଡପୀଠ ଅଗ୍ରାହ୍ୟ କରିବା ସହ ମେମୋ ଦେବାକୁ କହିଛନ୍ତି। ମାଡ୍ରାସ ଉଚ୍ଚ ନ୍ୟାୟାଳୟ କଂଗ୍ରେସ ବିଧାୟକ କେ. ଲକ୍ଷ୍ମୀନାରାୟଣଙ୍କ ଦ୍ୱାରା ଆଗତ ଦୁଇଟି ଆବେଦନର ବିଚାର କରି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକଙ୍କ ଅଧିକାର ବୃଦ୍ଧି ସମ୍ଭନ୍ଧୀୟ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଦେଶକୁ ନିରସ୍ତ୍ର କରିଦେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ମଧ୍ୟରେ ସୃଷ୍ଟି ଅଚଳାବସ୍ଥା ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ଦିଲ୍ଲୀ ସରକାରଙ୍କ ଉପରେ ଲାଗୁ ହୋଇଥିବା କଟକଣା ପୁଦୁଚେରି ସରକାରଙ୍କ ଉପରେ ଲାଗୁ ହେବ ନାହିଁ। କୋର୍ଟ କହିଥିଲେ, ପ୍ରଶାସକ ସରକାରଙ୍କ ଦୈନଦିନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ ଏବଂ ମନ୍ତ୍ରୀ ପରିଷଦ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସଚିବାଳୟ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଅଟେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories