www.samajalive.in
Sunday, December 14, 2025
23.1 C
Bhubaneswar

ପୁରୀ ବିଦ୍ୟୁତିକରଣ ପାଇଁ ଲାଗିବ ୩୦ ଦିନ

ଭୁବନେଶ୍ୱର: ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଭୁବନେଶ୍ୱର, ପୁରୀ ଓ କଟକର ବିଦ୍ୟୁତ ସରବରାହ ବ୍ୟବସ୍ଥା ବିଶେଷଭାବେ ପ୍ରଭାବିତ ହୋଇଛି। ପୁରୀ ଜିଲ୍ଲାରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ସ୍ୱାଭାବିକ କରିବା ପାଇଁ ଏକମାସ ସମୟ ଲାଗିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କଟକ ଓ ଭୁବନେଶ୍ୱରର କେତେକ ଅଞ୍ଚଳରେ ବୁଧବାର ବିଦ୍ୟୁତ ସଂଯୋଗ ଦିଆଯାଇଛି। ଭୁବନେଶ୍ୱରରେ ୪୮ରୁ ୭୨ଘଣ୍ଟା ମଧ୍ୟରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହେବ ବୋଲି ଓପିଟିସିଏଲ୍‍ କହିଛି।

ଫୋନି ପ୍ରଭାବରେ ପାୱାର ଗ୍ରୀଡ୍‍ କର୍ପୋରେସନର ଏକ ୪୦୦ କେଭି ଟାୱାର ଭାଙ୍ଗି ଓପିଟିସିଏଲ୍‍ର ୪୦୦କେଭି ଟାୱାର ଉପରେ ପଡିଛି। ଓପିଟିସିଏଲ୍‍ର ଅନ୍ୟ ଏକ ୨୦୦କେଭି ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ନୂଆ ଟାୱାର ତିଆରି କରିବା ପାଇଁ ସମୟ ଲାଗିବଏବଂ ମରାମତି ଓ ବିଦ୍ୟୁତ କାର୍ଯ୍ୟ ବାଧାପ୍ରାପ୍ତ ହେବାକୁ ଥିବାରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଚନ୍ଦକା ଗ୍ରୀଡରୁ ଭୁବନେଶ୍ୱରକୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ଚେଷ୍ଟା ଚାଲିଛି ବୋଲି ଓପିଟିସିଏଲ୍‍ ପକ୍ଷରୁ ସୂଚନା ମିଳିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories