www.samajalive.in
Sunday, December 7, 2025
14.1 C
Bhubaneswar

ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ପୂଜା କରିବାର ନିୟମ

ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ପୂଜା କରାଯିବାର ନିୟମ ରହିଛି। ତାଙ୍କର ପ୍ରତ୍ୟେକ ଅଙ୍ଗର ଭିନ୍ନ ଭିନ୍ନ ମହିମା ରହିଛି। କୁହାଯାଇଛି ଯେ, ଭଗବାନ ଗଣେଶଙ୍କୁ ଶୁଭ ଓ ମଙ୍ଗଳ କାର୍ଯ୍ୟର ଆରମ୍ଭରେ ପୂଜା କରାଯାଇଥାଏ। ତାଙ୍କର କୃପା ଦ୍ବାରା ଆପଣଙ୍କୁ ସଂସାରର ସମସ୍ତ ସୁଖ ଓ ବୈଭବ ପ୍ରାପ୍ତି ହୋଇଥାଏ।

ବୁଧବାର ଦିନଟି ଭଗବାନ ଗଣେଶ ଓ ବୁଧ ଗ୍ରହ ସହ ସମ୍ବନ୍ଧ ରହିଛି।

- Advertisement -

ଏହି ଦିନ ଗଣେଶ ଓ ବୁଧଙ୍କ ଉପାସନା କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।

ବୁଧବାର ଦିନ ମନରେ ଶ୍ରଦ୍ଧା ଓ ବିଶ୍ବାସ ରଖି ଭଗବାନ ଗଣେଶଙ୍କ ପୂଜା କରନ୍ତୁ।

ବିବାହ ପାଇଁ ଉପାୟ :

ଶୁକ୍ଳପକ୍ଷର ବୁଧବାର ସନ୍ଧ୍ୟା ସମୟରେ ଭଗବାନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ।

ଭଗବାନ ଗଣେଶଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଓ ୧୧ଟି ହଳଦିଆ ଫୁଲ ଓ ଲଡୁ ଅର୍ପଣ କରନ୍ତୁ। ଏହାସହ ତାଙ୍କ ସମ୍ମୁଖରେ ଶୁଦ୍ଧ ଘିଅର ଦୀପ ପ୍ରଜ୍ବଳିତ କରନ୍ତୁ।

ତାପରେ ଏକ ହଳଦିଆ ରଙ୍ଗର ଆସନରେ ବସି ‘ଓଁ ବିଘ୍ନହର୍ତ୍ତା ନମଃ’ ମନ୍ତ୍ରକୁ ୩ଥର ଜପ କରନ୍ତୁ।

ଏହାପରେ ଭଗବାନଙ୍କୁ ଅର୍ପଣ କରିଥିବା ହଳଦିଆ ରଙ୍ଗର ବସ୍ତ୍ରକୁ ନିଜ ପାଖରେ ରଖନ୍ତୁ।

ସନ୍ତାନ ପ୍ରାପ୍ତି ପାଇଁ ଉପାୟ :

ବୁଧବାର  ସକାଳ ସମୟରେ ଭଗବାନ ଗଣେଶଙ୍କୁ ଲାଲ ରଙ୍ଗ ଫଳର ମାଳା ଅର୍ପଣ କରନ୍ତୁ।

ଏହାପରେ ଲାଲ ରଙ୍ଗର ଆସନରେ ପୂର୍ବ ଦିଗକୁ ମୁହଁ କରି ବସି ‘ସନ୍ତାନ ଗଣପତି ସୋତ୍ର’ ପାଠ କରନ୍ତୁ।

ତାପରେ ଫଳର ମାଳାକୁ ଆଣି ​‌ଛୋଟ ଛୁଆଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories