www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଖ୍ୟାତ ବଙ୍ଗଳା ଅଭିନେତା ମୃଣାଳ ମୁଖାର୍ଜୀଙ୍କ ପରଲୋକ

କୋଲକାତା: ପ୍ରଖ୍ୟାତ ଚଳଚ୍ଚିତ୍ର ତଥା ଟେଲିଭିଜନ ଅଭିନେତା ମୃଣାଳ ମୁଖାର୍ଜୀଙ୍କ ପରଲୋକ ଘଟିଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି କର୍କଟ ଏବଂ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିଲେ। ଅଭିନୟ ପ୍ରତି ତାଙ୍କର ରୁଚି, ପ୍ରବଳ ଉତ୍ସାହ ଏବଂ ଭଲପାଇବା ଥିବା ହେତୁ ସେ ଅସୁସ୍ଥ ଥାଇ ମଧ୍ୟ ନିଜର କାର୍ଯ୍ୟଧାରା ଜାରି ରଖିଥିଲେ। ଗତ ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଲୋକପ୍ରିୟ ଅଭିନେତ୍ରୀ ତଥା ଗାୟିକା ଜୋଜୋଙ୍କ ପିତା ହେଉଛନ୍ତି ମୃଣାଳ ମୁଖାର୍ଜୀ। ଉଭୟେ ବଙ୍ଗଳା ଚଳଚ୍ଚିତ୍ର ଜଗତରେ ବେଶ୍‌ ଚର୍ଚ୍ଚିତ ଚେହେରା। ବହୁମୁଖୀ ପ୍ରତିଭାର ଅଧିକାରୀ ମୃଣାଳ ଚାଟାର୍ଜୀ ଜଣେ ମହାନ ଗାୟକ ମଧ୍ୟ। ସେ ୧୯୫୫ରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ଦେଇଥିଲେ। ତାଙ୍କର ସ୍ବତନ୍ତ୍ର କାର୍ଯ୍ୟଧାରା ପାଇଁ ସେ ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ବେଶ୍‌ ଲୋକପ୍ରିୟ ଥିଲେ। ନାୟିକା ସଙ୍ଗବାଦ, ଗଲ୍‌ପୋ ହୋଲିଓ ସୋତି, ଶ୍ରୀମାନ ପୃଥ୍ବୀରାଜ, ଚୁତି ହେଉଛି ମୃଣାଳଙ୍କ ଅଭିନୀତ କେତେକ ପ୍ରମୁଖ ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର। ସେ କେତେକ ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories