www.samajalive.in
Sunday, December 14, 2025
26.1 C
Bhubaneswar

ଆସିଲେନି ଭୋଟର; ଭୋଟ ଶୂନ୍ୟ ୧୩୧ଟି ବୁଥ

ସୋପିଆଁ (କାଶ୍ମୀର): ସ୍ୱାଧୀନତା ପରଠାରୁ ଚର୍ଚ୍ଚାରେ ଥିବା ଅନନ୍ତନାଗ ଆସନ ଅନ୍ତର୍ଗତ ଜାମ୍ମୁ କାଶ୍ମୀରର ସୋପିଆଁ ଓ ପୁଲୱାମା ଜିଲ୍ଲାରେ ସୋମବାର ହୋଇଥିବା ମତଦାନ କେବଳ ଯେ ଗଣତାନ୍ତ୍ରିକ ପଦ୍ଧତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ତା ନୁହେଁ ବରଂ ଚର୍ଚ୍ଚା ଏଥି ପାଇଁ ଯେ ସୋପିଆଁର ୨୪୫ଟି ମତଦାନ କେନ୍ଦ୍ର ମଧ୍ୟରୁ ୧୩୧ଟିରେ କେହିବି ଭୋଟ ଦେଇନାହାନ୍ତି। ସମ୍ପୃକ୍ତ ଦୁଇଟି ଜିଲ୍ଲାରେ ମାତ୍ର ୨.୩୮ ପ୍ରତିଶତ ମତଦାନ ହୋଇଛି। ପୁଲୱାମାରେ ୨.୧୪ ଓ ସୋପିଆଁରେ ୨.୮୫ ପ୍ରତିଶତ ମତଦାନ ହୋଇଛି। ସୋପିଆଁର ହାରମି ଅଞ୍ଚଳରେ ଥିବା ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଥରେ କେହି ଭୋଟ ଦେବାକୁ ଆସିନଥିଲା ବେଳେ ୧୩୧ଟି ଅନ୍ୟ ବୁଥରେ ଗୋଟିଏ ବି ଭୋଟ ପଡିନି। ଉଭୟ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ୩୫ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଭୋଟରମାନେ ବୁଥକୁ ନ ଆସି ଘରେ ରହିବାକୁ ଉଚିତ ମନେ କରିଥିଲେ। କେତେକ ସ୍ଥାନରେ ପଥର ଫିଙ୍ଗା ଘଟଣାକୁ ବାଦ ଦେଲେ ସୁରକ୍ଷାକର୍ମୀମାନେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରାଇବାରେ ସଫଳ ହୋଇଥିଲେ। ଚୋଲାନ୍ଦରେ ୧ହଜାର ୩୦୮ ଭୋଟରଙ୍କ ମଧ୍ୟରୁ ମାତ୍ର ଜଣେ ମତଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories