www.samajalive.in
Sunday, December 14, 2025
19.1 C
Bhubaneswar

ଧୀରେ ଧୀରେ ଚଳଚଞ୍ଚଳ ହେଉଛି ଜୀବନ

ଭୁବନେଶ୍ୱର: ରାଜ୍ୟରେ ସାମୁଦ୍ରିକ ଝଡ଼ ଫୋନି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଫୋନି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ରାଜ୍ୟର ୧୩ଟି ଜିଲ୍ଲାର ମୌଳିକ ଭିତ୍ତିଭୂମି ଦୋହଲି ଯାଇଛି। ବିଦ୍ୟୁତ୍‍, ଗମନାଗମନ ଓ ଟେଲି ଯୋଗାଯୋଗ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକମାନେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟ ଜାରି ରହିଛି। ଓଡ୍ରାଫ୍‍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତା ଉପରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକୁ କାଟି ସଫା କରାଯାଉଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯାନବାହାନ ଚଳାଚଳ ପାଇଁ ରାସ୍ତା ସଫା କେତେକାଂଶରେ ସଫଳ ହୋଇଛି। ଫୋନି ପ୍ରଭାବରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫୋନି ଯୋଗୁଁ ଶ୍ରୀମନ୍ଦିରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ନୀଳଚକ୍ର ନିକଟକୁ ଯିବା ପାଇଁ ମନ୍ଦିର ଉପରେ ଲାଗିଥିବା ଲୁହା ଭାରା ଖସିପଡ଼ିଛି। ମନ୍ଦିର ସଂଲଗ୍ନ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଶ୍ରୀକ୍ଷେତ୍ରରେ ଫୋନି ତା’ର ତାଣ୍ଡବ ଲୀଳା ରଚନା କରି ସେଠାରେ ଥିବା ହଜାର ହଜାର ସବୁଜିମା ଗଛକୁ ଧରାଶାୟୀ କରିଦେଇଛି। ପୁରୀର କଚେରୀ ରୋଡ୍‍, ସମୁଦ୍ରକୂଳ, ନୂଆସାହି, ସର୍କିଟ୍‍ ହାଉସ୍‍, ଚାରିନଳା ଓ ଜହ୍ନିମୁଣ୍ଡିଆ ଆଦି ଅଞ୍ଚଳ ଛାରଖାର ହୋଇଯାଇଛି। ଏହିସବୁ ଅଞ୍ଚଳରେ କେବଳ ଦୁର୍ଦ୍ଦଶା ଓ ଦୁଃସ୍ଥିତି ଦେଖିବାକୁ ମିଳୁଛି। ପିଇବା ପାଣି ଓ ଖାଦ୍ୟ ପାଇଁ ସବୁଠି ହାହାକାର ପରିସ୍ଥିତି। ପୁରୀ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ବାତ୍ୟା ଫୋନି ଯୋଗୁଁ ରାଜଧାନୀ ଭୁବନେଶ୍ୱର ଶ୍ରୀହୀନ ହୋଇପଡ଼ିଥିବା ବେଳେ ସେଠାରେ ଥିବା ସମସ୍ତ ଭିତ୍ତିଭୂମି ଦୋହଲି ଯାଇଛି। ଏବେ ମଧ୍ୟ ସହରକୁ ବିଦ୍ୟୁତ୍‍ ସଂଯୋଗ ଓ ଟେଲିଯୋଗାଯୋଗ ସୁବିଧା ପହଞ୍ଚି ପାରିନାହିଁ। ରବିବାର ସନ୍ଧ୍ୟା ସୁଦ୍ଧା କେତେକ ନିର୍ଦ୍ଦିଷ୍ଟ ଜରୁରୀକାଳୀନ ପ୍ରତିଷ୍ଠାନଗୁଡ଼ିକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ ଅନେକ ଅଞ୍ଚଳକୁ ପିଇବା ପାଣିର ସୁବିଧା ହୋଇପାରି ନାହିଁ। ପାଣି ଟୋପାଏ ପାଇଁ ରାଜଧାନୀର ଅନେକ ଅଞ୍ଚଳର ବାସିନ୍ଦା ଡହଳବିକଳ ହେଉଛନ୍ତି। ଯେଉଁ କେତୋଟି ନଳକୂପ କାର୍ଯ୍ୟକ୍ଷମ ରହିଛି, ସେଠାରେ ପାଣି ପାଇଁ ଗରାମାଠିଆ ଧରି ଲୋକମାନେ ଲମ୍ବା ଧାଡ଼ି କରିଥିବା ଦେଖିବାକୁ ମିଳିଛି। ସୋମବାର ଭୁବନେଶ୍ୱରର ପଟିଆ ଅଞ୍ଚଳରେ ପାଣି ପାଇଁ ଲୋକେ ରାସ୍ତାରୋକ କରିଥିବା ଜଣାପଡିଛି।

- Advertisement -

ଫୋନି ପ୍ରଭାବରେ କଟକ ସହର ୪ ଦିନ ହେଲାଣି ଅନ୍ଧାରରେ ରହିଛି। ବିଦ୍ୟୁତ୍‍, ପାଣି, ଟେଲି ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବ୍ୟାହତ ହୋଇପଡ଼ିଛି। ମ୍ୟୁନିସିପାଲିଟି ପକ୍ଷରୁ ସାମୟିକ ଭାବେ କେତେକ ଅଞ୍ଚଳକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ତେବେ କଟକର ଉଭୟ ପାର୍ଶ୍ବ ମହାନଦୀ ଓ କାଠଯୋଡ଼ିରେ ଗାଧୋଇବା ପାଇଁ ଲୋକଙ୍କ ଭିଡ଼ ଲାଗିରହୁଛି। ରାସ୍ତାଘାଟରେ ପଡ଼ିରହିଥିବା ଗଛଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କଟାଯାଇ ରାସ୍ତା ସଫା କରାଯାଉଛି। ଇତିମଧ୍ୟରେ କଟକ ବଡ଼ମେଡ଼ିକାଲ ଓ ଶିଶୁଭବନକୁ ବିଦ୍ୟୁତ୍‍ ସଂଯୋଗ ହୋଇଥିବା ଜଣାପଡ଼ିଛି। ତେବେ ସହରର ଅନ୍ୟ ସବୁ ଅଞ୍ଚଳ ଗତ ୪ ଦିନ ଧରି ଅନ୍ଧକାର ମଧ୍ୟରେ ରହିଛି। ଅତ୍ୟଧିକ ଗୁଳୁଗୁଳି ଓ ଟାଣଖରା ପାଇଁ ପାଣି ଓ ବିଜୁଳି ସକାଶେ ସହରବାସୀଙ୍କ ମଧ୍ୟରେ ଏକପ୍ରକାର ହାହାକାର ପଡ଼ିଯାଇଥିବା ଦେଖିବାକୁ ମିଳିଛି। ମୁନିସିପାଲିଟି ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories