www.samajalive.in
Sunday, December 14, 2025
16.1 C
Bhubaneswar

ଫୋନି କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆଲୋଚନା କରିଛନ୍ତି। ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ଫୋନି କ୍ଷୟକ୍ଷତି ସଂପର୍କରେ ଏହି ଗସ୍ତ ବେଳେ ସମୀକ୍ଷା କରିବେ।

୩୦ ଲକ୍ଷ ବିଦ୍ୟୁତ୍‍ ଉପଭୋକ୍ତା ପ୍ରଭାବିତ

- Advertisement -

ରାଜ୍ୟରେ ୩୦ ଲକ୍ଷ ବିଦ୍ୟୁତ୍‍ ଉପଭୋକ୍ତା ଫନୀ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ଓ ଏହି ବାତ୍ୟାରେ ଭୁବନେଶ୍ୱରରେ ୧୦ ହଜାରରୁ ଊର୍ଦ୍ଧ୍ବ ବିଦ୍ୟୁତ୍‍ ଖୁଣ୍ଟ ଭାଙ୍ଗିଥିବା ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କଠାରୁ ସୂଚନା ମିଳିଛି। ଶନିବାର ରାତି ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍‍ ଯୋଗାଣ ଯୋଗାଇ ଦିଆଯିବାକୁ ଚେଷ୍ଟା ଜାରି ରହିଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ରେଳ ବିମାନ ସେବା ପାଇଁ ପ୍ରସ୍ତୁତି

ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଶନିବାର ସନ୍ଧ୍ୟାରୁ୯ଟି ସ୍ୱତନ୍ତ୍ର ଟ୍ରେନ୍‍ ଆରମ୍ଭ କରାଯାଇଥିବା କୁହାଯାଇଛି। ଏୟାର୍‍ ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବାତ୍ୟାପାଇଁ ଅଟକି ରହିଥିବା ଯାତ୍ରୀଙ୍କୁ ନେଇ ଶନିବାର ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିଛି।  ଶନିବାର ସୁଦ୍ଧା ଫୋନି ବାତ୍ୟା ମୃତ୍ୟୁଜନିତ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି।

ରାଜ୍ୟର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳରେ ଓଡ୍ରାଫ୍‍ ଓ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ କଟକ ମୁଣ୍ଡଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ର ଏକ ଦଳ ଶନିବାର ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ ପହଞ୍ଚିଥିବା ଜଣାପଡ଼ିଛି। ଫୋନି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମୋବାଇଲ୍‍ ଓ ଇଣ୍ଟରନେଟ୍‍ ସେବା ବାଧାପ୍ରାପ୍ତ ହୋଇଛି। ପ୍ରାୟ ୧୨ ଲକ୍ଷ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories