www.samajalive.in
Monday, December 15, 2025
26.1 C
Bhubaneswar

ଗୋଧ୍ରା ପରି ପୁଲୱାମା ଆକ୍ରମଣ ବିଜେପିର ଷଡ଼ଯନ୍ତ୍ର ଥିଲା: ଶଙ୍କର ସିଂହ ବାଘେଲା

ଗାନ୍ଧୀନଗର : ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି। ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଶଙ୍କର ସଂହ ବାଘେଲା ବିଜେପିର ଷଡଯନ୍ତ୍ର ବୋଲି କହିଛନ୍ତି।
ବିଜେପି ଏବଂ କଂଗ୍ରେସ ପରେ ଏନସିପିରେ ଯୋଗଦେଇଥିବା ବାଘେଲା ବୁଧବାର ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ ପୁଲୱାମା ଆକ୍ରମଣ ପାଇଁ ବ୍ୟବହୃତ ଆରଡିଏକ୍ସ ଭର୍ତ୍ତି କାରର ପ୍ରଥମ ପଞ୍ଜିକରଣ ଗୁଜୁରାଟରେ ହୋଇଥିଲା। ଗୋଧ୍ରା ପରି ପୁଲୱାମା ଆକ୍ରମଣ ହେଉଛି ବିଜେପିର ଷଡ଼ଯନ୍ତ୍ର। ନିର୍ବାଚନ ଜିତିବା ପାଇଁ ବିଜେପି ଆତଙ୍କବାଦକୁ ବ୍ୟବହାର କରିଛି।
ସେହିପରି ବାଘେଲା କହିଛନ୍ତି ଯେ ବାଲାକୋଟ ବିମାନ ଆକ୍ରମଣରେ ଜଣେ ବି ଲୋକର ମୃତ୍ୟୁ ଘଟିନାହିଁ। କୌଣସି ଅନ୍ତର୍ଜାତୀୟ ସଂସ୍ଥା ଏହି ଆକ୍ରମଣରେ ୨୦୦ ଆତଙ୍କବାଦୀ ମରିଥିବା କଥା ସାବ୍ୟସ୍ତ କରିପାରିନାହାନ୍ତି। ପୁଲୱାମା ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଥିଲେ ବି ପ୍ରତିରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିଲା। ତେଣୁ ଏହା ବିଜେପିର ଏକ ଷଡ଼ଯନ୍ତ୍ର ଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories