www.samajalive.in
Friday, December 12, 2025
16.1 C
Bhubaneswar

ଗୋ ମୂତ୍ର ସିଞ୍ଚନ ଦ୍ବାରା ଘରୁ ଦୂର ହୋଇଥାଏ ନକରାତ୍ମକ ଶକ୍ତି

ଯଦି ଘରେ ବାସ୍ତୁଦୋଷ ରହିଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମସ୍ତ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି। ସେ ଉପାୟ କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ନକାରାତ୍ମକ ଶକ୍ତି ଦୂର କରିବା ..
ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ଦିଅନ୍ତୁ। ଏଥିପାଇଁ ଗୋଟା ଲୁଣ ସର୍ବୋତ୍ତମ ହୋଇଥାଏ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।
ଘରେ ମଝିରେ ମଝିରେ ଗୋ ମୂତ୍ର ଛିଞ୍ଚିବା ଉଚିତ। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ଏହା ସହ ସେମାନଙ୍କ କୃପା ଦୃଷ୍ଟି ଆମ ଉପରେ ପଡିଥାଏ। ଗୋ ମୂତ୍ରର ଗନ୍ଧ ଦ୍ୱାରା ଜୀବାଣୁ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ପ୍ରତିଦିନ ଘର ଭିତର ଓ ବାହାର ସ୍ଥାନକୁ ଭଲ ଭାବେ ସଫା କରନ୍ତୁ। ପ୍ରତିଦିନ ଘର ବାହାରେ ମୁରୁଜ ପକାନ୍ତୁ। ଏହା କରିବା ଦ୍ୱାରା ବାହାରୁ କୌଣସି ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ମୁରୁଜ ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।
ମୁଖ୍ୟତଃ ଘରେ ପ୍ରତ୍ୟେକ ଦିନ କିଛି ବିଶେଷ ଦ୍ରବ୍ୟର ଧୂଆଁ ଦେବା ଉଚିତ। ଏହାଦ୍ୱାରା ଭଗବାନଙ୍କ କୃପା ଦୃଷ୍ଟି ଘରେ ପଡିବା ସହ ନକାରାତ୍ମକ ଶକ୍ତି କମି ଯାଇଥାଏ। ପୂଜା ସମୟରେ କର୍ପୂର ଆଳତୀ, ଝୁଣା, ଦେଶୀ ଘିଅର ଦୀପ ଓ ଚନ୍ଦନ ବ୍ୟବହାର କରନ୍ତୁ। ଏହି ପବିତ୍ର ପୂଜା ସାମଗ୍ରୀ ଦ୍ୱାରା ଘରେ ସର୍ବଦା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories