www.samajalive.in
Sunday, December 14, 2025
26.1 C
Bhubaneswar

ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ

ନେମାଳ: ପ୍ରାଚୀନ ଉତ୍କଳର ନୈାବାଣିଜ୍ୟ ହିଁ ବିଶ୍ୱବାଣିଜ୍ୟକୁ ଦିଗ୍‍ଦର୍ଶନ ଦେଇଛିବୋଲି ବୁଧବାର ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଆନୁକୁଲ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ବହୁ ବକ୍ତାମାନେ ମତପୋଷଣ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବେହେରା ସଭାପତିତ୍ୱରେ “ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ” ଶୀର୍ଷକ ଏକ ବିଭାଗୀୟ ପାଠଚକ୍ର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲିପ କୁମାର ଦେ, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଶଙ୍କର ପ୍ରାସାଦ ନାୟକ ଓ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ନିରଞ୍ଜନ ଶତପଥି ପ୍ରମୁଖ ଯୋଗଦେଇ ପ୍ରାଚୀନ କଳିଙ୍ଗର ନୈାବାଣିଜ୍ୟ ହିଁ ବିଶ୍ୱବାଣିଜ୍ୟକୁ ଦିଗ୍‍ଦର୍ଶନ ଦେଇଛିବୋଲି ମତପୋଷଣ କରିବା ସହିତ ଓଡିଶାର ନୌବାଣିଜ୍ୟ ଓ ବ୍ୟବସାୟ ଏବଂ ଏହାର ସୁଦୂର ପ୍ରସାରୀ ଭବିଷ୍ୟତ ସଂପର୍କରେ ବିଭିନ୍ନ ଦୃଷ୍ଟାନ୍ତ ମୁଳକ ତଥ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ବିନୟ କୁମାର ଦାସ ନିଜସ୍ୱ ଲିଖିତ ସଂଦର୍ଭରେ ପ୍ରାଚୀନ ନୈାବାଣିଜ୍ୟ ଏବଂ ବିମୁଦ୍ରାୟନର ପ୍ରଭାବକୁ ପ୍ରତ୍ୟକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନ କରାଇବା ପାଇଁ ବିଭିନ୍ନ ଉପାଦେୟ ବିଷୟ ଉପରେ ଆଲୋକପାତ କରିଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories