www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀଲଙ୍କାରେ ମୁସଲମାନ ମହିଳାଙ୍କୁ ବୁର୍ଖା ନିଷିଦ୍ଧ

କଲମ୍ବୋ : ଶ୍ରୀଲଙ୍କାରେ ମୁସଲମାନ ମହିଳାଙ୍କ ବୁର୍ଖା ପରିଧାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଦେଶରେ ମୁସଲମାନ ମହିଳାମାନେ କୌଣସି ପ୍ରକାରର ବୁର୍ଖା ପରିଧାନ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା ନିର୍ଦେଶନାମା ଜାରି କରିଛନ୍ତି। ମହିଳାମାନେ ମୁହଁ ଘୋଡାଇବା ଲାଗି କୌଣସି ପ୍ରକାର ପୋଷାକ ବ୍ୟବହାର କରିପାରିବେ ନାହିଁ ଯାହାକି ସେମାନଙ୍କ ପରିଚୟକୁ ଗୁପ୍ତ ରଖୁଥିବ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଶିରିସେନାଙ୍କ କାର୍ଯ୍ୟାଳୟ କହିଛି। ରାଷ୍ଟ୍ରପତିଙ୍କ ଘୋଷଣା ଅନୁଯାୟୀ ସୋମବାର ଠାରୁ ଏହି ନିଷେଧାଦେଶ ଲାଗୁ ହୋଇଛି। ଏପ୍ରିଲ ୨୧ ତାରିଖ ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ​‌ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ରାଜଧାନୀ କଲମ୍ବୋର ୩ଟି ଚର୍ଚ୍ଚ ଓ ତିନିଟି ହୋଟେଲରେ କ୍ରମାଗତ ବିସ୍ଫୋରଣ ଘଟି ୨୫୦ ଲୋକଙ୍କର ମୃତ୍ୟୁ ହେବା ସହ ୫୦୦ ଆହତ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories