ନୂଆଦିଲ୍ଲୀ : ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ
ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ୧୯ ତାରିଖ ଦିନ ଭୋଟ୍ ଗ୍ରହଣ ହେବ।
ମଙ୍ଗଳବାର ପ୍ରାର୍ଥୀପତ୍ରଗୁଡିକ ଯାଞ୍ଚ୍ ହେବ। ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମନୋନୟନ ପତ୍ର ଦାଖଲର ଶେଷ ଦିନରେ ଅଭିନେତା ତଥା ବିଜେପି ପ୍ରାର୍ଥୀ ସନ୍ନି ଦେଓଲ ଆଜି ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଭାବେ ଶତ୍ରୁଘ୍ନ ସିହ୍ନା ମଧ୍ୟ ପାଟନାସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆଜି ପ୍ରାର୍ଥପୀତ୍ର ଦାଖଲ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।



